ପାକିସ୍ତାନର ଦୁଇ ପ୍ରମଖ ଅନ୍ତର୍ଜାତୀୟ କ୍ରିକେଟର୍ ବାବର ଆଜମ ଏବଂ ମହମ୍ମଦ ରିଜୱାନ ଚଳିତ ବର୍ଷ ପବିତ୍ର ହଜ ଯାତ୍ରା ଓ ଉତ୍ସବରେ ସାମିଲ ହୋଇଛନ୍ତି। ଅଧିନାୟକ ବାବର ଆଜମ ଏବଂ ୱିକେଟରକ୍ଷକ ବ୍ୟାଟର୍ ରିଜୱାନଙ୍କ ମିଳିତ ଫଟୋକୁ ଆଜମ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ବାବରଙ୍କ ମା’ ଏବଂ ରିଜୱାନଙ୍କ ପତ୍ନୀ ଓ ମା’ ଏହି ଅଭିଯାନରେ ସାମିଲ ହୋଇଥିଲେ।
/sambad/media/post_attachments/wp-content/uploads/2023/06/Babar-Azam-Mohammad-Rizwan-and-a-friend-750x430.jpg)
ଉଭୟ ଏହି ଯାତ୍ରାରୁ ଫେରିବା ପରେ ପାକିସ୍ତାନ ଦଳ ସହ ଶ୍ରୀଲଙ୍କା ଗସ୍ତ ପ୍ରସ୍ତୁତିରେ ସାମିଲ ହେବେ। ଚଳିତ ବର୍ଷ ପ୍ରାରମ୍ଭରେ ମଧ୍ୟ ବାବର ଆଜମ, ହାରିସ ରୌଫ, ଫହିମ୍ ଅସ୍ରଫ ଓ ଇଫତିକାର ଅହମ୍ମଦ ରମଜାନ ଅବସରରେ ଉମରାହ ଅଭିଯାନରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Babar-Azam-and-his-mother.jpg)