ନେଟ୍ସକୁ ଫେରିଲେ ରାହୁଲ, ମୟଙ୍କ, ସୈନି

ଅହମଦାବାଦ: ସଂଗରୋଧ ଅବଧି ଶେ‌ଷ କରିବା ପରେ ଭାରତର ଉପଅଧିନାୟକ କେଏଲ୍‌ ରାହୁଲ, ଓପନର୍‌ ମୟଙ୍କ ଅଗ୍ରୱାଲ ଦଳକୁ ଫେରିଛନ୍ତି। ‌ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ବିତୀୟ ଦିନିକିଆ ପୂର୍ବରୁ ଏମାନେ ସୋମବାର ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି। ଏମାନଙ୍କ ସହ ୨୯ ବର୍ଷୀୟ ଦ୍ରୁତ ବୋଲର ନଭଦୀପ ସୈନିଙ୍କୁ ମଧ୍ୟ ନେଟ୍ସରେ ଦେଖିବାକୁ ମିଳିଥିଲା। ମୟଙ୍କ ଫେରିବା ପରେ ସେ ବୁଧବାର ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ସହ ଓପନିଂ କରିବାର ସମ୍ଭାବନା ଅଧିକ ରହିଛି। ପ୍ରଥମ ମ୍ୟାଚ୍‌ରେ ରୋହିତଙ୍କ ସହ ଈଶାନ କିଶନ ପାଳି ଆରମ୍ଭ କରିଥିଲେ। ଝାଡ଼ଖଣ୍ଡ ଓପନର୍‌ ଈଶାନ ବ୍ୟକ୍ତିଗତ ୨୮ ରନ୍‌ କରିଥିଲା ବେଳେ ପ୍ରଥମ ୱିକେଟ୍‌ରେ ରୋହିତଙ୍କ ସହ ୮୪ ରନ୍‌ର ଭାଗୀଦାରି ଗଢ଼ିଥିଲେ। ଏହି ମ୍ୟାଚ୍‌କୁ ଭାରତ ୬ ୱିକେଟ୍‌ରେ ଜିତି ଶୃଙ୍ଖଳା ୧-୦ରେ ଆଗୁଆ ରହିଥିଲା। ‘‘କରୋନାରୁ ସୁସ୍ଥ ହେବା ପରେ ଏହି ୩ ଜଣ (ରାହୁଲ, ମୟଙ୍କ, ସୈନି) ଅଭ୍ୟାସକୁ ଫେରିଛନ୍ତି’’ ‌ବୋଲି ବିସିସିଆଇ ତା ଟ୍ବିଟର୍‌ ପୃଷ୍ଠାରେ ମଧ୍ୟ ଉଲ୍ଲେଖ କରିଛି।

ସମ୍ବନ୍ଧିତ ଖବର