ସଚିବାଳୟ ବ୍ୟାଡ୍‌ମିଣ୍ଟନ୍‌ ସଂଘ କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ -୧ ସ୍ଥିତ ଇଣ୍ଡୋର ହଲଠାରେ ଓଡିଶା ରାଜ୍ୟ ସଚିବାଳୟ ବ୍ୟାଡମିଣ୍ଟନ ସଂଘ (ଓସ୍‌ବା)ର ଷଷ୍ଠ ଦ୍ଵିବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଗତ ଦୁଇ ବର୍ଷର କାର୍ଯ୍ୟାବଳୀର ସମୀକ୍ଷା ସହିତ ପରବର୍ତୀ ଦୁଇ ବର୍ଷର କାର୍ଯ୍ୟସୂଚୀ ସମନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଶେଷରେ ୨୦୧୯-୨୧ ମସିହା ପାଇଁ ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ପ୍ରଦର୍ଶନୀ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ କୁମର ନାୟକ-ଦୀପରଞ୍ଜନ ବିଶୋୟୀ ଯୋଡ଼ି ବିଜେତା ଓ ଅଶୋକ କୁମାର ଦୀକ୍ଷିତ -ମହେନ୍ଦ୍ର କୁମାର ବାରିକ ଉପବିଜେତା ହୋଇଥିଲେ। ସର୍ବଶେଷରେ ଉପ ସଭାପତି ବିଶ୍ଵଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

କର୍ମକର୍ତ୍ତା: ଅଧ୍ୟକ୍ଷ ଏବଂ ମୁଖ୍ୟ ଉପଦେଷ୍ଠା: ପ୍ରିୟଦର୍ଶୀ ମହାପାତ୍ର, କାର୍ଯ୍ୟକାରୀ ସଭାପତି: ସର୍ବଶ୍ରୀ ଉମାଶଙ୍କର ମହାପାତ୍ର, ଉପ ସଭାପତି: ବିଶ୍ବଜିତ ମହାନ୍ତି, ସାଧାରଣ ସମ୍ପାଦକ: ଚିତ୍ତରଂଜନ ରାଉତ, ଯୁଗ୍ମ ସମ୍ପାଦକ: ଅବିନାଶ ଖଣ୍ଡୁଆଳ, ଦୀପ ରଂଜନ ବିଶୋଇ, କୋଷାଧକ୍ଷ: ବରେଶନାଥ ପ୍ରଧାନ, ସମୀକ୍ଷକ: ନିରଂଜନ ପଟ୍ଟନାୟକ, ଖେଳ ନିର୍ଦେଶକ: ଶଶାଙ୍କ ଶେଖର ମହାପାତ୍ର। କାର୍ଯ୍ୟକାରିଣୀ: ସୁଶାନ୍ତ କୁମାର ବେହେରା, ନିଶାକର ଖଟୁଆ, ମୃଣାଳକାନ୍ତ ଚାଟାର୍ଜୀ, ଆଦିକନ୍ଦ ଦାଶ, ମହେନ୍ଦ୍ର କୁମାର ବାରିକ, ହେମୋଜ ଶଙ୍କର ବେହୁରା, ଶ୍ଵେତାମ୍ବର ନାୟକ, କାହ୍ନୁ ଚରଣ ପାଣିଗ୍ରାହୀ, ନିବେଦିତା କିଶାନ ଏବଂ ଶ୍ରୀମତି ଅଶ୍ବତି ପ୍ରଧାନ।

ସମ୍ବନ୍ଧିତ ଖବର