ବ୍ୟାଡ୍‌ମିଣ୍ଟନରେ ଫାଇନାଲ ପ୍ରବେଶ

ବ୍ୟାଡ୍‌ମିଣ୍ଟନ୍‌ରେ ମଧ୍ୟ ଭାରତ ପଦକ ଆଶା ବଢ଼ାଇ ଦେଇଛି। ସିଙ୍ଗାପୁରକୁ ମିଶ୍ରିତ ଦଳଗତ ବର୍ଗରେ ୩-୧ରେ ହରାଇ ଭାରତ ଫାଇନାଲ୍‌ରେ ପହଞ୍ଚିଯାଇଛି। ଏହି ବିଜୟ ସହିତ ଭାରତ ମଧ୍ୟ ସିଙ୍ଗାପୁର ବିପକ୍ଷରେ ମଧୁର ପ୍ରତିଶୋଧ ନେଇଛି। ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ କାଂସ୍ୟ ପଦକ ମୁକାବିଲାରେ ସିଙ୍ଗାପୁରଠାରୁ ୨-୩ରେ ହାରି ଖାଲି ହାତରେ ଫେରିଥିଲା। ରବିବାର ସାଇନା ନେହ୍ଵାଲ ତାଙ୍କ ଚମତ୍କାର ବିଜୟ ଜାରି ରଖିଥିବା ବେଳେ ମିଶ୍ରିତ ଯୋଡ଼ି ସାତ୍ୱିକ ରାଙ୍କି ରେଡ୍ଡୀ-ଅଶ୍ୱିନୀ ପୋନ୍ନାପା ୪୧ ମିନିଟ୍‌ରେ (୨୨-୨୦, ୨୧-୧୮) ୟଙ୍ଗ୍‌-ଜିଆ ୟଙ୍ଗ୍‌ଙ୍କୁ ହରାଇ ଅଭିଯାନ ଆରମ୍ଭ କରିଥିଲେ। ପୁରୁଷ ଯୁଗଳରେ ଭାରତୀୟ ଯୋଡ଼ି ସାତ୍ୱିକ ରାଙ୍କି ରେଡ୍ଡୀ-ଚିରାଗ ଚନ୍ଦ୍ରଶେଖର ସେଟ୍ଟୀ ପରାସ୍ତ ହୋଇଥିଲେ। ମହିଳା ଏକକରେ ସାଇନା ନେହ୍ଵାଲ ୨୧-୮, ୨୧-୧୫ରେ ଜିଆ ମିନ ୟିଓଙ୍କୁ ଏବଂ ପୁରୁଷ ଏକକରେ କିଦାମ୍ବି ଶ୍ରୀକାନ୍ତ ୨୧-୧୭, ୨୧-୧୪ରେ କିନ୍‌ ଲୋଙ୍କୁ ପରାସ୍ତ କରିଥିଲେ। ସୋମବାର ଭାରତ ଫାଇନାଲ୍‌ରେ ମାଲେସିଆକୁ ଭେଟିବ।

ସମ୍ବନ୍ଧିତ ଖବର