# ମିଠୁ ଅଭିଯାନ: ଭାରତୀୟ ବ୍ୟାଡମିଣ୍ଟନ୍‌ ଖେଳାଳି ଜଲଓ୍ଵା ଗୁଟ୍ଟାଙ୍କ ପରେ ଏବେ ମୁହଁ ଖୋଲିଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ୍‌ ଖେଳାଳି ଜଲଓ୍ଵା ଗୁଟ୍ଟା ନିଜ ସହ ଘଟିଥିବା ଅନ୍ୟାୟ ସଂପର୍କରେ ପ୍ରକାଶ କରିବା ପରେ ବ୍ୟାଡମିଣ୍ଟନ୍‌ ଖେଳାଳି ପିଭୁ ସିନ୍ଧୁ ବି ବୁଧବାର ଯୌନ ନିର୍ଯାତନା ନେଇ ନିଜ ପକ୍ଷ ରଖିବା ସହିତ ମିଠୁ ଅଭିଯାନକୁ ସମର୍ଥନ ଜଣାଇଛନ୍ତି।

ଭାରତରେ ମିଠୁ ଅଭିଯାନ ଆରମ୍ଭ ହେବା ପରେ ମହିଳାମାନେ ନିଜ ସହ ଘଟିଥିବା ଘଟଣା ସବୁକୁ ବେଶ୍‌ ସାହସିକତାର ସହ ସହଜରେ ବାଖାଣି ପାରୁଛନ୍ତି । ଅନେକ ମହିଳାମାନେ ଯୌନ ଶୋଷଣ ଶିକାର ହୋଇଥିବା ନେଇ ମୁହଁ ଖୋଲିଲେଣି। ତେବେ ଏହି କ୍ରମରେ ଦୁରସଞ୍ଚାର ସେବା ପ୍ରଦାନ କରୁଥିବା ଭୋଡାଫୋନ୍‌-ଆଇଡିଆ ଦ୍ୱାରା ମହିଳାଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ‘ଭୋଡାଫୋନ୍‌ ସଖୀ’ ନାମକ ଏକ ସେବା ଆରମ୍ଭ ହେବା ଅବସରରେ ଗଣମାଧ୍ୟମକୁ  ପିଭି ସିନ୍ଧୁ କହିଥିଲେ, ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି, ଯିଏକି ନିଜ ସହିତ ଘଟିଥିବା ଅନ୍ୟାୟକୁ ନେଇ ସମସ୍ତଙ୍କ ସମ୍ନାରେ ପ୍ରକାଶ କରୁଛନ୍ତି। ମୁଁ ଏହାକୁ ସମ୍ମାନ ଜଣାଉଛି।

ଖେଳ ଦୁନିଆରେ ଏସବୁ ହୁଏ କି ନାହିଁ ଯେତେବେଳେ ପିଭି ସିନ୍ଧୁକୁ ପ୍ରଶ୍ନ କରା ଯାଇଥିଲା ସେ କହିଥିଲେ, ‘ଅନ୍ୟମାନଙ୍କ କଥା ମୁଁ ଜାଣି ନାହିଁ, କିନ୍ତୁ ଯେବେଠାରୁ ମୁଁ ଏହି ଦୁନିଆରେ ପାଦ ଦେଇଛି ମୋତେ କେବେ ବି ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ି ନାହିଁ।’

ତେବେ ଭାରତୀୟ ବ୍ୟାଡମିଣ୍ଟ ଖେଳାଳି ଜଲଓ୍ଵା ଗୁଟ୍ଟା ମଧ୍ୟ ନିଜ ସହ ଘଟିଥିବା ଅନ୍ୟାୟ ସଂପର୍କରେ ପ୍ରକାଶ କରିଛନ୍ତି। ଚୟନ କ୍ଷେତ୍ରରେ ତାଙ୍କୁ ମାନଶିକ ନିର୍ଯାତନା ଦିଆଯାଇଥିଲା ବୋଲି ସେ ଜଣାଇଛନ୍ତି। ସେ କହିଛନ୍ତି କି ତାଙ୍କ ସହ ଯାହା ସବୁ ଘଟିଥିଲା ତାହା ମଧ୍ୟ ଏକ ପ୍ରକାରର ମିଠୁ ଅନ୍ତର୍ଭୁକ୍ତ। ଟୁଇଟ୍‌ ସିରିଜ୍‌ରେ ପୂର୍ବତନ ବିଶ୍ୱ ଚାମ୍ପିୟନ ବ୍ରୋଞ୍ଜ ପଦକ ବିଜୟିନୀ ଜଲ୍‌ଓ୍ଵା କାହାରା ନାମ ନେଇ ନାହାନ୍ତି କି ତାଙ୍କ ସହ ହୋଇଥିବା କୌଣସି ଯୌନ ନିର୍ଯାତନା ସଂପର୍କରେ ଖୋଲା ଖୋଲି ପ୍ରକାଶ କରିନାହାନ୍ତି।

ସମ୍ବନ୍ଧିତ ଖବର