ମିଶ୍ରିତ ଯୁଗଳ ବଲ୍‌ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା: ସୁରେଖା,ଅନିକେତ ଯୋଡି ବିଜେତା

କଟକ: କଟକ ଜିଲ୍ଲା ବଲ୍‌ ବ୍ୟାଡମିଣ୍ଟନ୍‌ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଭକ୍ତମଧୁ ବିଦ୍ୟାପୀଠ ଖେଳ ପଡିଡ଼ିଆରେ ମିଶ୍ରିତ ଯୁଗଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ଉଭୟ ଉପକନିଷ୍ଠ ଓ କନିଷ୍ଠ ବର୍ଗରୁ ପ୍ରାୟ ୩୦ ଖେଳାଳି ଭାଗ ନେଇଥିଲେ। ସୁରେଖା ସାହୁ ଓ ଅନିକେତ ସାହୁଙ୍କ ଯୋଡି ବିଜେତା ହୋଇଥିଲେ। ଫାଇନାଲ ମୁକାବିଲାରେ ଏହି ଯୋଡି ପ୍ରତିପକ୍ଷ ଶିବୁ ବେହେରା ଓ ଇନ୍ଦୁ ବେହେରାଙ୍କୁ ୩୫-୩୨, ୩୫-୩୦ ଓ ୩୫-୩୩ ସେଟ୍‌ରେ ପରାସ୍ତ କରି ଟ୍ରଫି ହାସଲ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଅଜୟ କୁମାର ସାହୁ, ଅଜୟ ପ୍ରଧାନ, ଚିରଞ୍ଜନ ପାଇକ, ମହେଶ ମଲ୍ଲ, ସୁନନ୍ଦ ଭୋଇ, ସ୍ମୃତିରଞ୍ଜନ ମହାପାତ୍ର, ରେହମାନ ଖାନ୍‌, ଶେଖର ଦାସ, ନିର୍ଭୟ ନାୟକ ପ୍ରମୁଖ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ।

 

ସମ୍ବନ୍ଧିତ ଖବର