ବାହାରିନ୍ ପାରାବ୍ୟାଡମିଣ୍ଟନ୍: ଏକକ ପ୍ରିକ୍ବାର୍ଟରରେ ପ୍ରମୋଦ

ଭୁବନେଶ୍ବର: ବାହାରିନ୍ ଅନ୍ତର୍ଜାତୀୟ ପାରାବ୍ୟାଡମିଣ୍ଟନ୍‌ରେ ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ପୁରୁଷ ଏକକର ପ୍ରିକ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ବୁଧବାର ଏସଏଲ୍-୩ ବର୍ଗରେ ପ୍ରମୋଦ ଫ୍ରାନ୍ସର ଥମାସ ନୁମିଟରଙ୍କୁ ୨୧-୧୬, ୨୧-୧୪ରେ ପରାସ୍ତ କରି ପ୍ରିକ୍ବାର୍ଟରରେ ପ୍ରବେଶ କରିଛନ୍ତି। ସେହିଭଳି ରାଜ୍ୟର ଅନ୍ୟତମ ପ୍ରତିଭାବାନ ପାରାବ୍ୟାଡମିଣ୍ଟନ୍ ତାରକା ଦିଲେଶ୍ବର ରାଓ ନିଜ ପ୍ରଥମ ମୁକାବିଲାରେ ପେରୁର ଆଲବର୍ଟ ପୁଏଣ୍ଟେ ପେରେଜ୍‌ଙ୍କୁ ୧୭-୨୧, ୨୧-୧୪, ୨୧-୧୯ରେ ପରାସ୍ତ କରିଥିଲେ। ହେଲେ ଦ୍ବିତୀୟ ମୁକାବିଲାରେ ଜାପାନର ଦାଇସୁକେ ଫୁଜିହାରାଙ୍କଠାରୁ ୧-୨୧, ୬-୨୧ରେ ହାରିଯାଇଥିଲେ। ପୁରୁଷ ଯୁଗଳରେ ଦୀପ ରଞ୍ଜନ ବିଶୋଇ ଏବଂ ଏମ୍‌ଡି ଅର୍ବାଜ ଅନସାରିଙ୍କ ଯୋଡ଼ି କୁଏତର ଅବଦୁଲ୍ଲା ଆହ୍ଲାଦ ଏବଂ ମହମ୍ମଦ ହାଜିଙ୍କଠାରୁ ୨୧-୫, ୨୧-୭ରେ ପରାଜିତ ହୋଇଥିଲେ।

ସମ୍ବନ୍ଧିତ ଖବର