ବାହାରିନ ପାରାବ୍ୟାଡ୍‌ମିଣ୍ଟନ: ଦୁଇଟି ଫାଇନାଲ୍‌ରେ ପ୍ରମୋଦ, ସେମିରେ ଦୀପ୍‌

ଭୁବନେଶ୍ବର : ବାହାରିନ୍ ଅନ୍ତର୍ଜାତୀୟ ପାରାବ୍ୟାଡମିଣ୍ଟନ୍‌ରେ ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ପୁରୁଷ ଏକକ ଓ ମିଶ୍ରିତ ଯୁଗଳର ଫାଇନାଲ୍‌ରେ ପହଞ୍ଚିଯାଇଛନ୍ତି। ଶୁକ୍ରବାର ଏସ୍‌ଏଲ୍‌-୩ ପୁରୁଷ ଏକକ ସେମିଫାଇନାଲ୍‌ରେ ପ୍ରମୋଦ ୨୧-୧୬, ୨୧-୧୪ରେ ନିଜ ଦେଶର ମନୋଜ ସରକାରଙ୍କୁ ପରାସ୍ତ କରିଥିଲେ। ସେହିପରି ମିଶ୍ରିତ ଯୁଗଳରେ ପ୍ରମୋଦ ଓ ତାଙ୍କ ଭାରତୀୟ ସାଥୀ ମନୀଷା ରାମଦାସ ୨୧-୧୩, ୨୧-୧୫ରେ ଜାପାନର ଡାଇସୁକୁ ଫୁଜିହାରା ଓ ଅକିକୋ ସୁଗିନାଙ୍କୁ ମାତ୍‌ ଦେଇଥିଲେ।

ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟ ଜଣେ ଓଡ଼ିଆ ଦୀପରଂଜନ ବିଶୋଇଙ୍କୁ ଶୁକ୍ରବାର ମିଶ୍ରିତ ସଫଳତା ମଳିଛି। ସେ ପୁରୁଷ ଯୁଗଳ ସେମିଫାଇନାଲ୍‌ରେ ପହଞ୍ଚିଥିଲା ବେଳେ ଏକକରେ ବିଦାୟ ନେଇଛନ୍ତି। ପୁରୁଷ ଯୁଗଳ କ୍ବାର୍ଟର ଫାଇନାଲ୍‌ରେ ଦୀପ ଓ ମହମ୍ମଦ ଅର୍ବାଜ ଅନ୍‌ସାରି ୨୧-୬, ୨୧-୧୫ରେ ତୁର୍କିର ମୁସ୍ତାଫା ତୁଗ୍ରା ନୁର ଓ ସେଦାତ ତୁଏମକାୟାଙ୍କୁ ହରାଇଥିଲେ। ହେଲେ ଏସ୍‌ଏଲ୍‌-୪’ ଏକକ କ୍ବାର୍ଟର ଫାଇନାଲ୍‌ରେ ଦୀପ୍‌ ୫-୨୧, ୧୩-୨୧ରେ ନିଜ ଦେଶର ତରୁଣଙ୍କଠୁ ହାରି ଯାଇଥିଲେ।

ସମ୍ବନ୍ଧିତ ଖବର