ବାହାରିନ୍ ପାରାବ୍ୟାଡମିଣ୍ଟନ୍‌: ପ୍ରିକ୍ବାର୍ଟରରେ ପ୍ରମୋଦ ଓ ଦୀପ୍‌ ରଞ୍ଜନ

ଭୁବନେଶ୍ବର: ସୋମବାରଠାରୁ ଆରମ୍ଭ ହୋଇଥିବା ବାହାରିନ୍ ଅନ୍ତର୍ଜାତୀୟ ପାରାବ୍ୟାଡମିଣ୍ଟନ୍‌ରେ ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଏବଂ ସାଥୀ ମନୀଷା‌ ରାମଦାସ ଏସଏଲ୍‌-୩ ମିଶ୍ରିତ ଯୁଗଳର ପ୍ରିକ୍ବାର୍ଟରରେ ପ୍ରବେଶ କରିଛନ୍ତି। ସୋମବାରର ପ୍ରଥମ ମ୍ୟାଚ୍‌ରେ ପ୍ରମୋଦ-ମନୀଷା ଭାରତର ନେହା ଗୁପ୍ତା ଏବଂ ଇଟାଲିର ରୋଜା ଇ‌ଫୋମୋ ମାର୍କୋଙ୍କୁ ୨୧-୧୯, ୨୧-୧୮ରେ ପରାସ୍ତ କରିଥିଲେ। ସେହିଭଳି ଦ୍ବିତୀୟ ମୁକାବିଲାରେ ସେମାନେ ଜାପାନର ତାଇକୋ ଇମାଇ ଏବଂ ନରିକୋ ଟଟୋଙ୍କୁ ୨୧-୧୪ ୨୧-୯ରେ ହରାଇ ପ୍ରିକ୍ବାର୍ଟରରେ ପ୍ରବେଶ କରିଥିଲେ।

ଅନ୍ୟପକ୍ଷରେ ପୁରୁଷ ଏକକରେ ପ୍ରମୋଦ ନିଜ ପ୍ରଥମ ମୁକାବିଲାରେ ଥାଇଲାଣ୍ଡର ମଙ୍ଗଖୋନ ବୁନସୁନଙ୍କୁ ୨୧-୧୭, ୨୨-୨୦ରେ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଅନ୍ୟତମ ଓଡ଼ିଆ ଦୀପ୍‌ ରଞ୍ଜନ ବିଶୋଇ ଏସ୍‌ଏଲ୍‌-୪ର ପୁରୁଷ ଏକକରେ କ୍ୟାମେରୁନର ଏଟିନୀ ସଙ୍ଗା ବିଓକାଙ୍କୁ ୨୧-୦୪ ଏବଂ ୨୧-୦୪ରେ ପରାସ୍ତ କରିଥିଲେ। ସେହିଭଳି ଦ୍ବିତୀୟ ମୁକାବିଲାରେ ଫ୍ରାନ୍ସର ‌କ୍ଲେମେଣ୍ଟ ସାରୋବର୍ଟଙ୍କୁ ୨୧-୧୩, ୨୧-୯ରେ ହରାଇ ନକ୍‌ଆଉଟ୍ ବା ପ୍ରିକ୍ବାର୍ଟରରେ ପ୍ରବେଶ କରିଥିଲେ। ଏହି ବିଭାଗର ପୁରୁଷ ଯୁଗଳରେ ଦୀପ୍ ରଞ୍ଜନ ଓ ଏମ୍‌ଡି ଅରୱାଜ୍ ଅନସାରିଙ୍କ ଯୋଡ଼ି ନିଜ ଦେଶର ଅଭିଜିତ ସାଖୁଜା ଓ ନେହଲ ଗୁପ୍ତାଙ୍କୁ ୨୧-୧୯, ୨୧-୧୪ରେ ହରାଇ ଆଗକୁ ବଢ଼ିଥିଲେ।

ସମ୍ବନ୍ଧିତ ଖବର