ବାଇଚୁଙ୍ଗ୍‌ ଭୂତିଆ ସ୍କୁଲ୍‌ର ପ୍ରଥମ ପରାଜୟ:୧୩ ବର୍ଷରୁ କମ୍‌ ଆଇ-ଲିଗ୍‌

ଭୁବନେଶ୍ୱର, : ଓଡ଼ିଆ ଖେଳାଳି ତଥା ଭୁବନେଶ୍ୱର କଳିଙ୍ଗ ଫୁଟ୍‌ବଲ୍‌ ଏକାଡେମିର ରଞ୍ଜନ ସୋରେନ୍‌ଙ୍କ ନେତୃତ୍ୱାଧୀନ ବାଇଚୁଙ୍ଗ୍‌ ଭୂତିଆ ଫୁଟ୍‌ବଲ୍‌ ସ୍କୁଲ୍‌ (ବିବିଏଫ୍‌ଏସ୍‌) ଦଳ ଚଳିତ ୧୩ ବର୍ଷରୁ କମ୍‌ ଆଇ-ଲିଗ୍‌ ପ୍ରତିଯୋଗିତାରେ ପ୍ରଥମ ପରାଜୟ ବରଣ କରିଛି। ଦିଲ୍ଲୀର ଏହି ସ୍କୁଲ୍‌ ଦଳ କ୍ରମାଗତ ସପ୍ତମ ବିଜୟ ପରେ ରବିବାର ପରାସ୍ତ ହୋଇଛି। ଏହି ଦଳ ସୁଦେବା ଫୁଟ୍‌ବଲ୍‌ କ୍ଲବ୍‌ଠାରୁ ୧-୩ ଗୋଲ୍‌ରେ ହାରିଯାଇଛି। ବିବିଏଫ୍‌ଏସ୍‌ ଦଳ ପକ୍ଷରୁ ଏକମାତ୍ର ଗୋଲ୍‌ଟି ରାହୁଲ୍‌ କୁମାର ୧୫ ମିନିଟ୍‌ରେ କରିଥିଲା ବେଳେ ସୁଦେବା କ୍ଲବ୍‌ ପରୁ ଆର୍ଯ୍ୟନ୍‌ ଖୋଖାର (୨୩ ଓ ୬୬ ମିନିଟ୍‌) ୨ଟି ଓ ବଦଳ ଖେଳାଳି ଶୁଭ ପଲ୍‌ (୬୨ ମିନିଟ୍‌) ଗୋଟିଏ ଗୋଲ୍‌ କରି ସୁଦେବା କ୍ଲବ୍‌କୁ ବିଜୟ ଭେଟି ଦେଇଥିଲେ।

ବାଇଚୁଙ୍ଗ୍‌ ଭୂତିଆ ସ୍କୁଲ୍‌ ଦଳ ନିଜର ୮ ମ୍ୟାଚ୍‌ରୁ ପ୍ରଥମ ପରାଜୟ ବରଣ କରିଥିଲା ବେଳେ ସୁଦେବା ୭ ମ୍ୟାଚ୍‌ରୁ ଷଷ୍ଠ ବିଜୟ ହାସଲ କରିଥିଲା। ତେବେ ୮ ମ୍ୟାଚ୍‌ ଶେଷରେ ବାଇଚୁଙ୍ଗ୍‌ ଭୂତିଆ ସ୍କୁଲ୍‌ ଦଳ ମୋଟ ୫୭ ଗୋଲ୍‌ ଦେଇ ସାରିଥିଲା ବେଳେ ୯ ଗୋଲ୍‌ ବରଣ କରିଛି। ଏଥି ସହିତ ୨୧ ପଏଣ୍ଟ ପାଇ ବାଇଚୁଙ୍ଗ୍‌ ଭୂତିଆ ସ୍କୁଲ୍‌ ଏହି ପ୍ରତିଯୋଗିତାର ଦିଲ୍ଲୀ ଜୋନ୍‌ରେ ଏବେ ବି ପ୍ରଥମ ସ୍ଥାନରେ ରହିଛି। ଏହା ପଛକୁ ସୁବେଦା ଦଳ ୧୮ ପଏଣ୍ଟ୍‌ ସହ ଦ୍ୱିତୀୟରେ ରହିଛି। ବାଇଚୁଙ୍ଗ୍‌ ଭୂତିଆ ଦଳ ଜୋନ୍‌ ପର୍ଯ୍ୟାୟରେ ଆଉ ଦୁଇଟି ମ୍ୟାଚ୍‌ ଖେଳିବାକୁ ବାକି ରହିଛି। ଆସନ୍ତା ୩୦ ତାରିଖରେ କନ୍‌ସିଏଣ୍ଟ୍‌ ଫୁଟ୍‌ବଲ କ୍ଲବ୍‌ ଏବଂ ଆସନ୍ତାବର୍ଷ ଜାନୁଆରି ୭ ତାରିଖରେ ଦିଲ୍ଲୀ ୟୁନାଇଟେଡ୍‌ ଦଳ ସହ ମ୍ୟାଚ୍‌ ଖେଳି ଜୋନ୍‌ ପର୍ଯ୍ୟାୟ ଅଭିଯାନ ଶେଷ କରିବ।

ସମ୍ବନ୍ଧିତ ଖବର