ଭୁବନେଶ୍ବର: ହକି ବିଶ୍ବକପ୍ ମାନିଆ ଏବେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି କ୍ରୀଡ଼ାବିତ୍ ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଗ୍ରାସିଗଲାଣି। ଏଭଳି ଉତ୍ସାହରେ ସାମିଲ ହୋଇ ଭୁବନେଶ୍ବରର ଏକ ୩ ଜଣିଆ ମୋଟରବାଇକ୍ ଦଳ ଉତ୍ତର ଭାରତରେ ହକି ବିଶ୍ବକପ୍ର ପ୍ରଚାର ଓ ପ୍ରସାର କରିଛନ୍ତି। ରବିବାର ସୁଦ୍ଧା ଏହି ବାଇକର୍ସ ଦଳ ମୋଟ ୬୨୦୦ କିଲୋମିଟର ଯାତ୍ରା କରିସାରିଥିବା ସୂଚନା ଦେଇଛନ୍ତି। ସୁବ୍ରତ କୁମାର ଦାସ, ଶିବପ୍ରସାଦ ଦାସ ଏବଂ ବିବେକ ମାଝୀଙ୍କୁ ନେଇ ଗଠିତ ଏକ ଦଳ ସ୍ବଇଚ୍ଛାରେ ବିଶ୍ବକପ୍ ସହ ଯୋଡ଼ି ହୋଇ ଏଭଳି ପ୍ରଚାର ପ୍ରସାର କରିଛନ୍ତି। ଅକ୍ଟୋବର ୧୦ ତାରିଖରୁ ଭୁବନେଶ୍ବରରୁ ବାହାରିଥିବା ଏହି ଦଳ ବାରଣାଶୀର କାଶୀବିଶ୍ବନାଥ ମନ୍ଦିର, ଉତ୍ତର ପ୍ରଦେଶର ତାଜମହଲ, ଜୟପୁରର ଅମିର ଫୋର୍ଟ, ଅମୃତସରର ସ୍ବର୍ଣ୍ଣ ମନ୍ଦିର ଦେଇ ଦିଲ୍ଲୀରେ ପହଞ୍ଚିଥିଲେ। ଇଣ୍ଡିଆ ଗେଟ୍ ଏବଂ ରେଡ୍ ଫୋର୍ଟରେ ବିଶ୍ବକପ୍ର ପ୍ରଚାର କରିଥିଲେ। ବିଶ୍ବକପ୍ ଟ୍ରଫି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ର ଏବଂ ‘ଅବ ବାସ ହକି’ ସ୍ଲୋଗାନ ପ୍ରସାର କରିଥିଲେ। ଜାତୀୟ କୀର୍ତିରାଜି ସମ୍ମୁଖରେ ବିଶ୍ବକପ୍ର ପ୍ରଚାର କରିବା ଫଳରେ ହକି ପ୍ରତି ଅଧିକ ଲୋକ ଆକର୍ଷିତ ହୋଇପାରିବେ ବୋଲି ସୁବ୍ରତ ପ୍ରକାଶ କରିଛନ୍ତି।
ବାଇକର୍ସଙ୍କ ବିଶ୍ବକପ୍ ପ୍ରଚାର
/sambad/media/post_attachments/wp-content/uploads/2018/10/18-Bikers.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)