ଭାରତ ପାଇଁ ଖୁସି ଖବର ଆଣିଲେ ବଜରଙ୍ଗ: କୁସ୍ତିରେ ଜିତିଲେ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ: ଭାରତ ପାଇଁ ଟୋକିଓ ଅଲିମ୍ପିକରୁ ଆଜି ଖୁସି ଖବର ଆଣିଦେଇଛନ୍ତି ବଜରଙ୍ଗ ପୁନିଆ | ସେ ଆଜି ବ୍ରୋଞ୍ଜ ପଦକ ଜିତିଛନ୍ତି | ବଜରଙ୍ଗ କାଜାଖୀସ୍ତାନର ରେସଲର ଦାଉଲେତ ନିୟଜବେକଭଙ୍କୁ ପରାସ୍ତ କରିଛନ୍ତି | ସେ ଦାଉଲେତ ନିୟଜବେକଭଙ୍କୁ ୮-୦ରେ ପରାସ୍ତ କରିଛନ୍ତି | ଆଉ ବଜରଙ୍ଗ ପଦକ ଜିତିବା ପରେ ଭାରତର ପଦକ ସଂଖ୍ୟା ୬ରେ ପହଂଚିଛି | ସୂଚନା ଥାଉ କି ଖେଳର ପ୍ରଥମ ପିରିୟଡ଼ରେ ଉଭୟ ଖେଳାଳି ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ପ୍ରଦର୍ଶନ କରୁଥିଲେ ଏବଂ କୌଣସି ଖେଳାଳି କୌଣସି ପଏଣ୍ଟ ନେଇ ନଥିଲେ |

କିନ୍ତୁ ବଜରଙ୍ଗ କ୍ରମାଗତ ଭାବରେ ଚେଷ୍ଟା କରି ୧ ପଏଣ୍ଟ ନେଇଥିଲେ | କାଜାଖସ୍ତାନ ଖେଳାଳି ବହୁତ ଚେଷ୍ଟା କରିଥିଲେ କିନ୍ତୁ ପୁନିଆ ତାଙ୍କୁ ଗୋଟିଏ ବି ସୁଯୋଗ ଦେଇନଥିଲେ ଏବଂ ପ୍ରଥମ ପର୍ଯ୍ୟାୟରେ ବଜରଙ୍ଗ ୨-୦ରେ ଆଗୁଆ ହୋଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ପୁନିଆ ଚମତ୍କାର ଭାବେ ୪ ପଏଣ୍ଟ ନେଇ ଖେଳରେ ଅଗ୍ରଣୀ ହୋଇଯାଇଥିଲେ | ଶେଷରେ, ବଜରଙ୍ଗ କମାଲ କରିଦେଇଥିଲେ, ସେ ପ୍ରତିପକ୍ଷକୁ ଗୋଟିଏ ବି ପଏଣ୍ଟ ନେବାକୁ ଦେଇନଥିଲେ ଏବଂ ମ୍ୟାଚକୁ ୮-୦ରେ ଜିତିନେଇଥିଲେ ।

ଭାରତ ଲଣ୍ଡନ ଅଲିମ୍ପିକରେ ମଧ୍ୟ ୬ଟି ପଦକ ଜିତିଥିଲା | ବଜରଙ୍ଗ ଜିତିବା ପରେ ଗୋଟିଏ ସଂସ୍କରଣରୁ ଭାରତ ସର୍ବାଧିକ କୁସ୍ତି ପଦକ ଜିତିବାର ସମକକ୍ଷ ହୋଇଛି । ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ଭାରତ ପାଇଁ ଦୁଇ କୁସ୍ତିଯୋଦ୍ଧା ସୁଶୀଲ କୁମାର (ରୌପ୍ୟ) ଏବଂ ଯୋଗେଶ୍ବର ଦତ୍ତ (କାଂସ୍ୟ) ପଦକ ହାସଲ କରିଥିଲେ। ଚଳିତ ଅଲିମ୍ପିକ୍ସରୁ ରବି ଦାହିୟା ରୌପ୍ୟ (୫୭ କିଲୋଗ୍ରାମ) ଜିତି ସାରିଛନ୍ତି।

ସମ୍ବନ୍ଧିତ ଖବର