ବଜରଙ୍ଗଙ୍କ ଆମେରିକୀୟ କୀର୍ତ୍ତିମାନ

ନ୍ୟୁୟର୍କ: ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଆମେରିକୀୟ ପେସାଦାର କୁସ୍ତିରେ ଅଂଶଗ୍ରହଣ କରିବେ। ଏଭଳି କରିବାରେ ସେ ପ୍ରଥମ ଭାରତୀୟ ହେବେ। ଏହି ଲଢ଼େଇ ନ୍ୟୁୟର୍କର ପ୍ରସିଦ୍ଧ ମାଡିସନ୍ ‌ସ୍କୋୟାରରେ ଅନୁଷ୍ଠିତ ହେବ। ୬୫ କିଲୋଗ୍ରାମ ଓଜନ ବର୍ଗରେ ବିଶ୍ବର ଏକ ନମ୍ବର କୁସ୍ତି ତାରକା ପୁନିଆ ଗତ ୪୭ ମୁକାବିଲାରେ ଅପରାଜେୟ ରହିଥିବା ଆମେରିକାର ୟିଆନି ଦିଆକୋମିହାଲିସଙ୍କୁ ଭେଟିବେ। ୨୫ ବର୍ଷୀୟ ପୁନିଆ ଗତ ୯ ପ୍ରତିଯୋଗିତାରେ ୮ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ‌ସେଥିପାଇଁ ଦିଆକୋମିହାଲିସଙ୍କ ବିଜୟ ଧାରାକୁ ରୋକିବା ଆଶାରେ ରହିଛନ୍ତି। ଏହି ପ୍ରତିଯୋଗିତାରେ ୨୦୧୬ ରିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା କାଇଲ ସିଣ୍ଡର ଓ ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଜୋର୍ଡାନ୍ ବୁରୋଫ ମଧ୍ୟ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର