ପ୍ୟାରିସ୍‌ ଅଲିମ୍ପିକ୍‌ ପର୍ଯ୍ୟନ୍ତ ଭାରତୀୟ ପ୍ରଶିକ୍ଷକଙ୍କଠୁ ପ୍ରଶିକ୍ଷଣ ନେବେ ବଜରଙ୍ଗ ଓ ରବି

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍‌ରେ ପଦକ ଜିତିଥିବା ଦୁଇ ଭାରତୀୟ ବଜରଙ୍ଗ ପୁନିଆ ଓ ରବି ଦାହିୟା ପ୍ୟାରିସ ଅଲିମ୍ପିକ୍ସ ପର୍ଯ୍ୟନ୍ତ ବିଦେଶୀ ବଦଳରେ ଘରୋଇ ପ୍ରଶିକ୍ଷକଙ୍କଠୁ ପ୍ରଶିକ୍ଷଣ ନେବାକୁ ଆଗ୍ରହ ଦେଖାଇଛନ୍ତି। ଟୋକିଓ କାଂସ୍ୟ ବିଜେତା ବଜରଙ୍ଗ ‌ବିଦେଶ ଗସ୍ତ କରି ବିଦେଶୀ ପ୍ରଶିକ୍ଷକଙ୍କ ତତ୍ତ୍ବାବଧନରେ ପ୍ରଶିକ୍ଷଣ ନେବାକୁ ଚାହିଁନାହାନ୍ତି। ସେ ଭାରତରେ ରହି ଭାରତୀୟ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣରେ ପ୍ୟାରିସ ଅଲିମ୍ପକ୍ସ ପ୍ରସ୍ତୁତି କରିବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ସହ ଏହି ସାମନ କଥା ମଧ୍ୟ ଦୋହାରାଇଛନ୍ତି ଟୋକିଓ ରୌପ୍ୟ ବିଜେତା ରବି। ବଜରଙ୍ଗ ଜର୍ଜିଆର ସାକୋ ବେଣ୍ଟିନିଦିସ୍‌ଙ୍କଠୁ ଏବଂ ରବି ଛତ୍ରସାଲ ଷ୍ଟାଡିୟମରେ ରୁଷିଆର କମଲ ମଲିକେଭଙ୍କ ସହଯୋଗରେ ଭାରତୀୟ ପ୍ରଶିକ୍ଷକଙ୍କଠୁ ତାଲିମ ନେଉଥିଲେ। ବେଣ୍ଟିନିଦିସ୍‌ଙ୍କ କାର୍ଯ୍ୟକାଳ ସରିଯିବାରୁ ବଜରଙ୍ଗ ଜଣେ ବିଦେଶୀ ପ୍ରଶିକ୍ଷକଙ୍କ ସନ୍ଧାନ କରୁଥିଲେ ମଧ୍ୟ କୌଣସି ଫଳ ମିଳିନି। ସଂପ୍ରତି ମୁଁ ରୁଷିଆରେ ପ୍ରଶିକ୍ଷଣ ନେଉଛି। ଜଣେ ବିଦେଶୀ ପ୍ରଶିକ୍ଷକ ଚାହୁଁଥିଲେ କେହି ଭାରତ ଆସିବାକୁ ରାଜି ହେଉନାହାନ୍ତି। ତେଣୁ ମୁଁ ଭାରତୀୟ ପ୍ରଶିକ୍ଷକଙ୍କ ତତ୍ତ୍ବାବଧନରେ ତାଲିମ ନେବାକୁ ନିଷ୍ପତ୍ତି ନେଇଛି ବୋଲି ୨୭ ବର୍ଷୀୟ ବଜରଙ୍ଗ କହିଛନ୍ତି।

ସମ୍ବନ୍ଧିତ ଖବର