ମଦନପୁର କପ୍ ଜିତିଲା ବଜରଙ୍ଗବାଲି

ଭୁବନେଶ୍ବର: ନବଜ୍ୟୋତି କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ମଦନପୁର କପ୍ ଫୁଟ୍‌ବଲ୍ ପ୍ରତିଯୋଗିତାରେ ବଜରଙ୍ଗବାଲି ଘାଟିକିଆ ବିଜେତା ହୋଇଛି। ରବିବାରର ଚିତ୍ତାକର୍ଷକ ଫାଇନାଲ୍‌ରେ ବଜରଙ୍ଗବାଲି ୩-୨ ଗୋଲ୍‌ରେ ପାୱାର କ୍ଲବ୍ କରଡ଼ାପଲ୍ଲୀକୁ ପରାସ୍ତ କରି ଟ୍ରଫି ହାତେଇଥିଲା। ଫାଇନାଲ୍‌ରେ ପାୱାର କ୍ଲବ୍ ପକ୍ଷରୁ ବୁନା ଖାନ୍ (୧୨ ମିନିଟ୍) ଓ ଚିନ୍ମୟ ନାୟକ (୫୮ ମିନିଟ୍) ଏବଂ ବଜରଙ୍ଗବାଲି ପକ୍ଷରୁ ବିକାଶ ନାୟକ (୩୫ ମିନିଟ୍), ବବଲୁ ନାୟକ (୫୫ ମିନିଟ୍) ଓ ଚେତନ ନାୟକ (୭୭ ମିନିଟ୍) ଗୋଲ୍ ଦେଇଥିଲେ। ଏମଏସ୍ ବେଗ୍‌, ଆନନ୍ଦ ନାୟକ, ମନୋରଞ୍ଜନ ଖୁଣ୍ଟିଆ, ଲଳିତ ବଳିୟାରସିଂହ, ନଜିବୁର ରେହମାନ ରେଫରି ଥିଲେ। ବିକାଶ ନାୟକ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମୁଖ୍ୟ ଅତିଥି, ନବରଞ୍ଜନ ପଟ୍ଟନାୟକ, ସୁଧୀର ପଟ୍ଟନାୟକ, ଦୁଃଶାସନ ସ୍ବାଇଁ, ମନ୍ମଥ ରାଉଳ, ପ୍ରଦୋଷ କୁମାର ଜେନା, ତୁଷାରରଞ୍ଜନ ପତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଉଦଯାପନୀ ଉତ୍ସବରେ ସଭାପତିତ୍ବ କରିଥିଲେ ଆବା‌ହକ ପ୍ରଦୀପ କୁମାର ବଳିୟାରସିଂହ। ବିଜେତା ଦଳକୁ ଟ୍ରଫି ସହ ୫,୦୦୦ ଏବଂ ଉପବିଜେତା ଦଳକୁ ଟ୍ରଫି ସହ ୩,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର