ମସ୍କୋ: ବିଶ୍ୱକପ୍ ପ୍ରଥମ ସେମିଫାଇନାଲ ନେଇ ରୋବର୍ଟ ‘ବାକ୍ସଟର’ କରିଥିବା ଭବିଷ୍ୟବାଣୀ ସତ ହୋଇଛି। ଫ୍ରାନ୍ସ-ବେଲଜିୟମ ମ୍ୟାଚ୍ରେ ଫ୍ରାନ୍ସ ବିଜୟୀ ହେବ ବୋଲି ମଙ୍ଗଳବାର ସେମିଫାଇନାଲ୍ର କିଛି ଘଣ୍ଟା ପୂର୍ବରୁ ଏହି ଆମେରିକୀୟ ରୋବର୍ଟ ପୂର୍ବାନୁମାନ ଲଗାଇଥିଲା। ସତକୁ ସତ ଫ୍ରାନ୍ସ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିବା ସହ ବେଲଜିୟମ ଦୁଃଖଦ ବିଦାୟ ନେଇଥିଲା। ଶିଳ୍ପସଂସ୍ଥାନରେ ଉପଯୋଗ ପାଇଁ ନିର୍ମିତ ହୋଇଥିବା ବକ୍ସଟରକୁ ସଂପ୍ରତି ମସ୍କୋ ରୋବୋ ଷ୍ଟେସନରେ ରଖା ଯାଇଛି। ବିଲେଇ, ଓଧ ଏବଂ ଅକ୍ଟୋପସ ପରେ ବିଶ୍ୱକପ୍ର ଫଳାଫଳ ଭବିଷ୍ୟବାଣୀ କରିବାରେ ଏବେ ରୋବାର୍ଟ ସାମିଲ ହୋଇଛି। ଫରକ ଏତିକିରେ ବାକ୍ସଟର ପୁରୁଣା ଫଳାଫଳ, ବଲ୍ ନିୟନ୍ତ୍ରଣ ଓ ଗୋଲ୍ ଦେବାର ପରିସଂଖ୍ୟାନକୁ ବିଜ୍ଞାନ ସମ୍ମତ ଉପାୟରେ ତର୍ଜମା କରି ଭବିଷ୍ୟବାଣୀ କରୁଛି।
ସତ ହେଲା ‘ବାକ୍ସଟର’ ଭବିଷ୍ୟବାଣୀ
/sambad/media/post_attachments/wp-content/uploads/2018/07/10baxter1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)