ବଲବନ୍ତଙ୍କ ଯୁଗଳରେ ଜିତିଲା ମୁମ୍ବାଇ

ଗୌହାଟୀ: ଚଳିତ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ବୁଧବାର ମୁମ୍ବାଇ ସିଟି ଏଫ୍‌ସି ବିଜୟୀ ହୋଇଛି। ଗୌହାଟୀସ୍ଥିତ ଇନ୍ଦିରାଗାନ୍ଧୀ ଦୌଡ଼କୁଦ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ବଲବନ୍ତ ସିଂହ (୩୪, ୬୮ ମିନିଟ୍‌)ଙ୍କ ଯୁଗଳ ଗୋଲ୍‌ ବଳରେ ମୁମ୍ବାଇ ୨-୦ ଗୋଲ୍‌ରେ ନର୍ଥ ଇଷ୍ଟ୍‍ ୟୁନାଇଟେଡ୍‌ ଏଫ୍‌ସିକୁ ପରାସ୍ତ କରିଛି। ଏହି ବିଜୟ ସହ ମୁମ୍ବାଇ ୭ ମ୍ୟାଚ୍‌ରୁ ୩ ବିଜୟ ସହ ପଏଣ୍ଟ୍‌ ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ଅନ୍ୟପକ୍ଷରେ ନର୍ଥଇଷ୍ଟ୍‍ ଷଷ୍ଠ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ସହ ନବମ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର