ବାଲିଅନ୍ତା ଜିତିଲା ନୀଳକଣ୍ଠେଶ୍ବର ଟ୍ରଫି

ଭୁବନେଶ୍ବର: ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଅନନ୍ତପୁର କ୍ରିକେଟ୍ ପଡ଼ିଆରେ ଆୟୋଜିତ ପ୍ରଥମ ନୀଳକଣ୍ଠେଶ୍ବର କ୍ରିକେଟ୍ ପ୍ରତିଯୋଗିତାରେ ବାଲିଅନ୍ତା ଦଳ ବିଜେତା ଆଖ୍ୟା ଅର୍ଜନ କରିଛି। ମଙ୍ଗଳବାରର ଫାଇନାଲରେ ବାଲିଅନ୍ତା ଦଳ ନଖରାକୁ ହରାଇ ଏହି ସଫଳତା ଲାଭ କରିଛି। ବାଲିଅନ୍ତା ଏଥିରେ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୮୯ ରନ୍ କରିଥିଲା। ଏହାର ଜବାବରେ ନଖରା ଦଳ ୧୭.୫ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୩୮ ରନ୍ କରି ପାରିଥିଲା। ବିଜୟୀ ବାଲିଅନ୍ତା ଦଳ ଟ୍ରଫି ସହ ୧୫,୦୦୦ ଏବଂ ଉପ ବିଜେତା ନଖରା ଦଳ ଟ୍ରଫି ସହ ୧୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ଲାଭ କରିଥିଲା। ବିଜୟୀ ଦଳକୁ ସ୍ଥାନୀୟ ସମିତି ସଭ୍ୟ ମହେଶ୍ବର ଦାସ ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନନ୍ତପୁର ଗ୍ରାମର ଜିତେନ୍ଦ୍ର ସାମମଲ, ନିରଞ୍ଜନ ସାସମଲ, ବିନ‌ୋଦ ସାମନ୍ତରାୟ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତରେ ୧୬ ଦଳ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର