ଭୁବନେଶ୍ୱର: ଓଡ଼ିଶା ବଲ୍ ବ୍ୟାଡ୍ମିଣ୍ଟନ ସଂଘର କର୍ମକର୍ତା ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି। କେବଳ କୋଷାଧ୍ୟକ୍ଷ ଏବଂ ଜଣେ ଯୁଗ୍ମ ସଂପାଦକ ବଦଳିଥିଲା ବେଳେ ଅନ୍ୟ ସମସ୍ତେ ପଦ ବଜାୟ ରଖିଛନ୍ତି। ନାରାୟଣ ପାତ୍ର ସଭାପତି ଏବଂ ସୁକାନ୍ତ ଦାଶ ସଂପାଦକ ଭାବେ ପୁଣି ୪ ବର୍ଷ ପାଇଁ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଥିଲା ବେଳେ ଚିନ୍ତନ ବ୍ରହ୍ମା, ଦୀପକରଞ୍ଜନ ଦାଶ ଓ ପ୍ରଦ୍ୟୁମ୍ନ ମିଶ୍ର (ଉପସଭାପତି), ସର୍ବନନ୍ଦ ବେହେରା, ସଞ୍ଜୟ କୁମାର ବିଶୋଇ ଓ ଅନିଲ କୁମାର ମହାପାତ୍ର (ଯୁଗ୍ମ ସଂପାଦକ) ନିଜ ନିଜ ପଦରେ ଅପରିବର୍ତିତ ରହିଛନ୍ତି। ତେବେ ଅନ୍ୟତମ ଯୁଗ୍ମ ସଂପାଦକ ବିଜୟ ପଣ୍ଡାଙ୍କ ସ୍ଥାନରେ ଅଜୟ କୁମାର ସାହୁ ନୁଆ କରି ନିର୍ବାଚିତ ହୋଇଥିଲା ବେଳେ ତରୁଣ ପାଲ୍ଙ୍କ ସ୍ଥାନରେ ପ୍ରଣୟ କୁମାର ପଟ୍ଟନାୟକ ନୂଆ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଏହି କର୍ମକର୍ତାମାନେ ୨୦୧୮ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଦାୟିତ୍ୱ ସମ୍ଭାଳିବେ ବୋଲି ନିର୍ବାଚନ ଅଧିକାରୀ ସନ୍ତୋଷ କୁମାର ବେହେରା ଜଣାଇଛନ୍ତି। ଏହି ନିର୍ବାଚନରେ ସର୍ବଭାରତୀୟ ସଂଘ ପକ୍ଷରୁ ଝାଡ଼ଖଣ୍ଡର ପିଏଏନ୍ ରାଜୁ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ବୈଠକରେ ୧୨ ଜିଲ୍ଲା ଶାଖାର ପ୍ରତିନିଧି ଏବଂ ୫ ପ୍ରତିଷ୍ଠାତା ସଦସ୍ୟ ଉପସ୍ଥିତ ଥିଲେ।
ବଲ୍ ବ୍ୟାଡ୍ମିଣ୍ଟନ ସଂଘର କର୍ମକର୍ତା ନିର୍ବାଚନ
ନାରାୟଣ ସଭାପତି ଓ ସୁକାନ୍ତ ସଂପାଦକ ରହିଲେ
/sambad/media/post_attachments/wp-content/uploads/2018/03/3-Election-of-Ball-Badminton-association-of-odisha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)