ବଲ୍‌ ବ୍ୟାଡ୍‌ମିଣ୍ଟନ୍‌ ରେଫରି ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର: ଛତିଆ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ବଲ୍‌ ବ୍ୟାଡ୍‌ମିଣ୍ଟନ୍‌ ରେଫରି ପ୍ରଶିକ୍ଷଣ ଶିବିର ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୧୫ ପୁରୁଷ ଏବଂ ୫ ମହିଳା ରେଫରି ଯୋଗଦେଇଥିଲେ। ରାଜ୍ୟ ଶାଖା ସଂଘର ମୁଖ୍ୟ ରେଫରି ଅଜୟ କୁମାର ସାହୁ ଏବଂ ଭାରତୀୟ ବଲ୍‌ ବ୍ୟାଡ୍‌ମିଣ୍ଟନ୍‌ ମହାସଂଘର ରେଫରି ଜାଗୃତି ଗୁପ୍ତା ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ରାଜ୍ୟ ଶାଖା ସମ୍ପାଦକ ତଥା ଭାରତୀୟ ବଲ୍‌ ବ୍ୟାଡ୍‌ମିଣ୍ଟନ୍‌ ମହାସଂଘର ରେଫରି ପ୍ରଶିକ୍ଷକ ସୁକାନ୍ତ ଦାଶ ଯୋଗଦେଇଥିଲେ। ଏହି ଶିବିର ଯାଜପୁର ଜିଲ୍ଲା ସଂଘ ସହଯୋଗରେ ଆୟୋଜିତ ହୋଇଥିଲା। ଯାଜପୁର ଶାଖା ସମ୍ପାଦକ ସୁଶାନ୍ତ ମହାପାତ୍ର, ଶ୍ରୀଧର ମହାନ୍ତି ଏବଂ ଉମେଶ ପୃଷ୍ଟି ଏହାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର