ହକି ବିଶ୍ବକପ୍ ଲାଗି ବଛାହେଲେ ବଲ୍ ବଏ

ଭୁବନେଶ୍ବର: ଭୁବନେଶ୍ବର ହକି ବିଶ୍ବକପ୍ ଲାଗି ରାଉରକେଲାରୁ ୨୦ ଜଣ ବଲ୍ ବଏ ବଛା ହୋଇଛନ୍ତି। ତା’ ସହ ୩୦ ଜଣ ସ୍ବେଛାସେବୀ ମଧ୍ୟ ମନୋନୀତ ହୋଇଛନ୍ତି। ଏହି ପିଲାମାନେ ବିଶ୍ବକପ୍‌ର ବିଭିନ୍ନ ମ୍ୟାଚ୍‌ରେ ବଲ୍ ବଏ ଦାୟିତ୍ବ ତୁଲାଇବେ। ଭୁବନେଶ୍ବର ଛାତ୍ରାବାସରୁ ମଧ୍ୟ ଆଉ କେତେକ ବଲ୍ ବଏ ବଛାହେବାର ସମ୍ଭାବନା ରହିଛି। ଏମାନଙ୍କୁ ଆସନ୍ତା ଦିନେ ଦୁଇ ଦିନ ଭିତରେ ଏଥିଲାଗି ଆନୁଷ୍ଠାନିକ ପ୍ରଶିକ୍ଷଣ ଦିଆଯିବ। ବିଶ୍ବକପ୍ ଲାଗି ବଛା‌ ହୋଇଥିବା ଉଦୀୟମାନ ହକି ତାରକାମାନେ ହେଲେ: ଅଜିତ ଏକ୍କା, ଅଜିତ ମହାତୋ, ଆଶିଷ ଖେସ୍, କିରଂଜନ କିଣ୍ଡୋ, ପ୍ରତାପ ଟପ୍ପୋ, ରୋଶନ ଲାକ୍ରା, ମୁକେଶ ଟପ୍ପୋ, ଦୀପକ ଏକ୍କା, ପାଇଲୁସ୍ ଲାକ୍ରା, ସୁଶୀଲ ଏକ୍କା, ପ୍ରୟାସ ସୋନି, ଅନାମ ତିର୍କି, ରଂଜନ ତେଲି, ଶିବ ଶଂକର ଦାସ, ଗୌତମ ରୋହିଦାସ, ଦେବରାଜ ଆହିର, ଆଲିଷ୍ଟର ଏକ୍କା, ଆଦ୍ରହିତ ଏକ୍କା, ଟାର୍ଜନ ଖାଲକୋ, ବିକାଶ ଏକ୍କା। ରାହୁଲ ଏକ୍କା, ମଙ୍ଗଳ ଲୋହାର, ଆକାଶ ତିର୍କି, ସୁରଜ ମିଞ୍ଜ, ମାତିଆସ୍ ଡାଙ୍ଗ, ଅଜିଲ ଏକ୍କା, ସଂଜୟ ଏକ୍କା, ସତିଶ କଂଗାଡ଼ି, ସୁଶୀଲ ଡନୱାର, ସୁବାଷ ବାର୍ଲା, ସୁନୀଲ ଜୋଜୋ, ସୁନିତ ଲାକ୍ରା, ସମିର ଏକ୍କା, ଜମିର ଖାରା, ରୋଶନ ମିଞ୍ଜ, ସୁଶାନ୍ତ ଟପ୍ପୋ, ସୁନିତ ଟପ୍ପୋ, ପତ୍ରାସ ତିକି, ପାତ୍ରାସ ‌ଭେଙ୍ଗରା, ରଜତ ଆକାଶ ତିର୍କି, ସମିର ବାର୍ଲା, ଆନ୍ଥୋନି ଟପ୍ପୋ, ନୀଲେଶ, କମଲ ସୋରେନ୍, ପରବିନ ଇନ୍ଦୱାର, ଜେନିତ ଟେଟେ, ରୋଶନ କୁଜୁର, ବିମଲ ଖାଲକୋ, ସୁଦୀପ ଚିର୍ମାକୋ। ଏହି ବଲ୍ ବଏ ଏବଂ ସ୍ବେଛାସେବୀମାନେ ଗୁରୁବାର କଳିଙ୍ଗ ଷ୍ଟାଡିୟମ୍ ପହଞ୍ଚିବା ପରେ ‌ଏଠାରେ ଡିସେମ୍ବର ୧୭ ପର୍ଯ୍ୟନ୍ତ ରହିବେ। ଏହି ଉଦୀୟମାନ ହକି ତାରକାମାନେ ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବା ତାରକା ଖେଳାଳିଙ୍କୁ ପାଖରୁ ଦେଖିବା ସହ ସେମାନଙ୍କ ଖେଳରୁ ଅନେକ କିଛି ଶିକ୍ଷା ଲାଭ କରି ପାରିବେ।

ସମ୍ବନ୍ଧିତ ଖବର