ବଲ୍ ବିକୃତ ବଡ଼ ବିବାଦ

ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଏବଂ ଉପ ଅଧିନାୟକ ଡେଭିଡ୍ ୱାର୍ନର କେପଟାଉନ୍ ଟେଷ୍ଟରେ ଧରାପଡ଼ିବା ପରେ ବର୍ଷକ ପାଇଁ ବାସନ୍ଦ ହେବା କ୍ରିକେଟ୍ ଜଗତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏମାନଙ୍କ ନିର୍ଦେଶ ମାନିଥିବା ଯୁବ ତାରକା କ୍ୟାମେରନ୍ ବନକ୍ରଫ୍ଟ ମଧ୍ୟ ଦଣ୍ଡିତ ହୋଇଥିଲେ। ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁ ପ୍ଲେସିସଙ୍କ ବିରୋଧରେ ବି ବଲ୍ ଟ୍ୟାମ୍ପରିଂ ଅଭିଯୋଗ ଆସିଥିଲା। ୨୦୧୮ ମ୍ୟାଚ୍ ଫିକ୍ସିଂ ଓ ବେଟିଂ ବିବାଦରୁ ମଧ୍ୟ ବର୍ତି ନଥିଲା। ଅଲ ଜଜିରାରେ ପ୍ରସାରିତ ପ୍ରମାଣିକ ଚିତ୍ର କ୍ରିକେଟରେ ଯେ ଏବେବି ଫିକ୍ସିଂ ଓ ବେଟିଂ ଜାରି ରହିଛି, ତହାକୁ ପ୍ରମାଣିତ କରିଥିଲା। ରୁଷିଆରେ ଫୁଟବଲ୍ ବିଶ୍ବକପ୍ ଆୟୋଜନ ନେଇ ମଧ୍ୟ ବଡ଼ ବିବାଦ ମୁଣ୍ଡ ଟେକିଥିଲା। ମହିଳା ଟ୍ବେଣ୍ଟି-୨୦ ବିଶ୍ବକପରେ ମିତାଲି ରାଜଙ୍କୁ ନଖେଳାଇବା ନେଇ ପ୍ରଶାସନିକ ସମିତିର ମୁଖ୍ୟ ବିନୋଦ ରାଏ ଓ ସଦସ୍ୟ ଡାଏନା ଇଦୁଲଜୀ ମୁହାଁମୁହିଁ ହୋଇଥିଲେ। ବିବାଦୀୟ ପୁରୁଷ ହର୍ମୋନ ନିୟମରେ ପରିବର୍ତନ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ଅଶ୍ବସ୍ତ କରିଥିଲା। ବିରାଟ ବାହିନୀକୁ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଭାରତର ଶ୍ରେଷ୍ଠ ଭ୍ରମଣକାରୀ ଦଳ କହିବା ମଧ୍ୟ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର