ବଲ୍‌ ବିକୃତ କଲେ କଠୋର ଦଣ୍ଡ:ଐତିହାସିକ ଟେଷ୍ଟ୍‍ରୁ ସାହ ବାଦ୍‌

ଭାରତ ବିପକ୍ଷ ଏକମାତ୍ର ଟେଷ୍ଟ୍‌:ଆଫଗାନିସ୍ତାନ ଦଳରେ ୪ ସ୍ପିନର

ମୁମ୍ବାଇ: କ୍ରିକେଟ୍‌କୁ ଭଦ୍ରଲୋକର ଖେଳ କୁହାଯାଏ। ହେଲେ ଦୁର୍ଭାଗ୍ୟଜନକ ଭାବେ ଏହି ସମ୍ମାନଜନକ ଖେଳରୁ ଖେଳୁଆଡ଼ ମନୋଭାବ ଦିନକୁ ଦିନ ଉଭେଇ ଯିବାରେ ଲାଗିଛି। କଳେ ବଳେ ଏବଂ କୌଶଳେ ସଫଳତା ପାଇଁ ଖେଳାଳିମାନେ କିଛି ବି କରୁଛନ୍ତି। ପ୍ରତିପକ୍ଷ ଖେଳାଳିଙ୍କ ପାଇଁ ଯେମିତି କାହା ମନରେ ଆଉ ସମ୍ମାନ ନାହିଁ। ଏହାକୁ ନେଇ ଅନୀଲ କୁମ୍ବଲେଙ୍କ ଅଧ୍ୟକ୍ଷତାରେ ଗଠିତ ଆଇସିସି କ୍ରିକେଟ୍‌ ସମିତି ଗଭୀର ଉଦଭେବ ପ୍ରକାଶ କରିଛି। ତା’ସହ କ୍ରିକେଟ୍‌ର ପୂର୍ବ ଗୌରବ ଫେରାଇ ଆଣି ଏହାର ମାନ ଓ ମହତ ବଢ଼ାଇବା ଲାଗି ମଙ୍ଗଳବାର ଆଇସିସିକଚ କେତେକ ମହତ୍ୱପୂର୍ଣ୍ଣ ସୁପାରିସ କରିଛି। ପ୍ରତିପକ୍ଷକୁ ସମ୍ମାନ, ବଲ୍‌ ବିକୃତ ଓ ଅଶୋଭନୀୟ ଆଚରଣ ପାଇଁ କଠୋର ଦଣ୍ଡବିଧାନ ସହ ଟସ୍‌ ବ୍ୟବସ୍ଥାକୁ ପୂର୍ବବତ୍‌ ଜାରି ରଖିବାକୁ ସମିତି ଆଇସିସିକୁ ଆହ୍ଵାନ କରିଛି। କୁମ୍ବଲେ ସମିତିି ବିଶେଷ କରି କ୍ରିକେଟ୍‌ରେ କମି କମି ଆସୁଥିବା ଖେଳୁଆଡ଼ ମନୋଭାବ ନେଇ ମୁଖ୍ୟ କାର୍ଯ୍ୟନିର୍ବାହୀ ସମିତିର ଭାବନା ସହ ଏକମତ ହୋଇଛି। ଏହି ଦିଗରେ ତୁରନ୍ତ ପଦକ୍ଷେପ ନେଲେ ଆଗକୁ ସ୍ଥିତି ଅଣାୟତ ହେବ ବୋଲି ଆଇସିସିକୁ ପରୋକ୍ଷରେ ଚେତାଇ ଦେଇଛି।
ଟେଷ୍ଟ କ୍ରିକେଟ୍‌ରୁ ଟସ୍‌କୁ ଉଠାଇନେବା ପ୍ରସଙ୍ଗ ମୁମ୍ବାଇ ବୈଠକରେ ମୁଖ୍ୟ ଚର୍ଚାର ବିଷୟ ହୋଇଥିଲା। ହେଲେ ସାଂପ୍ରତିକ ସ୍ଥିତିରେ ଟସ୍‌କୁ ନ ଉଠାଇ ଆୟୋଜକ ଦେଶକୁ ଭଲ ଓ ଉନ୍ନତ ଗୁଣମାନର ପିଚ୍‌ ପ୍ରସ୍ତୁତ କରିବାକୁ ପରାମର୍ଶ ଦେବାକୁ ସମିତି ସର୍ବସମ୍ମତିକ୍ରମେ ଆଇସିସିକୁ କହିଥିଲା। ବୈଠକରେ କୁମ୍ବଲେଙ୍କ ସହ ସମିତିର ସଦସ୍ୟ ତଥା ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକ ଗ୍ୟାଟିଂ, ମାହେଲା ଜୟବର୍ଦ୍ଧନେ, ନ୍ୟୁଜିଲାଣ୍ଡ ପ୍ରଶିକ୍ଷକ ମାଇକ ହେସନ, ଡେଭିଡ୍‌ ବୁନ୍‌ ପ୍ରମୁଖ ଯୋଗ ଦେଇଥିଲେ। କ୍ରିକେଟ୍‌ ସମିତି ଦେଇଥିବା ସୁପାରିସ୍‌ଗୁଡ଼ିକ ମଧ୍ୟରେ ରହିଛି…

ସମ୍ବନ୍ଧିତ ଖବର