ବାମଣ୍ଡା କପ୍‌ କ୍ରିକେଟ୍‌: କ୍ରାଉନ୍‌ ବିଜୟୀ

ଦେବଗଡ଼: ଦେବଗଡ଼ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍‌ରେ ଚାଲିଥିବା ୨୮ତମ ବାମଣ୍ଡା କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ନବକିଶୋର କ୍ଲବ୍‌ (ବଲାଙ୍ଗୀର)କୁ ୫୭ ରନ୍‌ରେ ଭୁବନେଶ୍ୱରର କ୍ରାଉନ୍‌ କ୍ଲବ୍‌ ପରାସ୍ତ କରିଦେଇଛି। କ୍ରାଉନ୍‌ ଦଳ ୩୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୨୩୭ ରନ୍‌ କରିଥିଲା। କିଷନ ରଥ ୬୮, ଚିନ୍ମୟ ସାହୁ ୩୮ ବଲ୍‌ରୁ ୫୪ ଓ ବିଷ୍ଣୁ ବେହେରା ୧୭ ବଲ୍‌ରୁ ୩୮ ରନ୍‌ କରିଥିଲେ। ବଲାଙ୍ଗୀର ଦଳର ରାହୁଲ ସାହୁ ୩ ଓ ଅଂଶୁମାନ ମିଶ୍ର ୨ ଓ୍ଵିକେଟ ନେଇଥିଲେ। ଜବାବରେ ବଲାଙ୍ଗୀର ଦଳ ୨୬.୪ ଓଭରରେ ୧୮୦ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ରାହୁଲ ସାହୁ ୩୨ ବଲ୍‌ରେ ୫୩ ରନ, ବିଶ୍ୱରଂଜନ ସିଂ ୩୦ ବଲ୍‌ରେ ୫୩ ରନ ଓ ସୁଧୀର ନାଗ ୩୦ ରନ୍‌ କରିଥିଲା ବେଳେ କ୍ରାଉନ୍‌ ପକ୍ଷରୁ କିଷନ ରଥ ୩, ସଂଜୀବ ପାତ୍ର, ବିଷ୍ଣୁ ବେହେରା ଓ ସୁଜିତ କାଲୋ ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ପରାସର ବିଶ୍ୱାଳ ଓ ସତ୍ୟପ୍ରକାଶ ରଥ ମ୍ୟାଚ୍‌ ପରିଚାଳନା କରିଥିଲେ। ବିଜୟୀ ଦଳର କିଷନ ରଥଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର