ଭୁବନେଶ୍ୱର: ବାଙ୍କୀ ନିକଟସ୍ଥ ପଥୁରିପଡ଼ାର ମହାବେରଣା କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା ୩୦ତମ ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ୍ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଛି। ଫାଇନାଲ୍ରେ ଖୋର୍ଧାର କୁମାରବସ୍ତର ରାଇଜିଂ ଷ୍ଟାର୍କୁ ୩୪ ରନ୍ରେ ହରାଇ ଭୁବନେଶ୍ୱର ବିମିଖାଲ୍ର ଟିଏଫ୍ସି (ଟ୍ରୁ ଫ୍ରେଣ୍ଡ୍ସ କ୍ଲବ୍) ବିଜେତା ହୋଇଛି। ବମିଖାଲ ଦଳ ୧୭.୪ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୭୭ ରନ୍ କରିଥିଲା। ଯାଜିନିକାନ୍ତ ନାୟକ ୪୭, ସତ୍ୟଜିତ୍ ସାହୁ ୩୬, ମହମ୍ମଦ ତାବ୍ରିଜ୍ ୩୯ ରନ୍ କରିଥିଲେ। କୁମାରବସ୍ତ ପକ୍ଷରୁ ବସନ୍ତ ସାୁହ, ମୃତ୍ୟୁଞ୍ଜୟ ମାନସିଂହ ୩-୩ ଲେଖାଏଁ ଏବଂ ସୌମ୍ୟରଂଜନ ବଳିଆରସିଂହ ୨ ଓ୍ଵିକେଟ୍ ନେଇଥିଲେ। ଜବାବରେ କୁମାରବସ୍ତ ଦଳ ୧୪.୩ ଓଭରରେ ୧୪୩ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇଥିଲା। ସୌମ୍ୟରଂଜନ ବଳିଆରସିଂହ ୩୬, ବସନ୍ତ ସାହୁ ୨୯, ମୃତ୍ୟୁଞ୍ଜୟ ମାନସିଂହ ୨୯ରନ୍ କରିଥିଲେ। ବମିଖାଲ୍ ଦଳ ପକ୍ଷରୁ ଗିରିଜା ନାଏକ ସର୍ବାଧିକ ୪ ଓ୍ଵିକେଟ୍ ନେଇଥିବାବେଳେ ଅନୀଲ ମହାପାତ୍ର ୩ ଓ୍ଵିକେଟ ଅକ୍ତିଆର କରିଥିଲେ। ଉଦ୍ଯାପନୀ ଉତ୍ସବରେ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସହିତ ହରିଶ୍ଚନ୍ଦ୍ର ମିଶ୍ର, ପୁଷ୍ପଲତା ସାମନ୍ତ, ସୁବାଷ ପାଢ଼ୀ, ଡକ୍ଟର ନିରଂଜନ ମହାପାତ୍ର, ଡକ୍ଟର ଗଣେଶ୍ୱର ସ୍ୱାଇଁ, ସନ୍ତୋଷ କୁମାର ରଣା, କାହ୍ନଚରଣ ସାହୁ ଅତିଥିଭାବେ ଯୋଗ ଦେଇଥିଲେ। ଗିରିଜା ନାଏକ ଫାଇନାଲ୍ର ଶ୍ରେଷ୍ଠ ଏବଂ ଅନୀଲ ମହାପାତ୍ର ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳିଭାବେ ବିଧାୟକଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ।
ବମିଖାଲ ଟିଏଫ୍ସି ବିଜେତା
ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ୍ ଉଦ୍ଯାପିତ
/sambad/media/post_attachments/wp-content/uploads/2018/01/14-Champion-TFC-Harishcandra.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)