ଢାକା: ଆଜି ବାଂଲାଦେଶର ରାଜଧାନୀ ଢାକା ଅନ୍ତର୍ଗତ ମିର୍ପୁରରେ ଥିବା ‘ଶେରେ ବାଂଲା ନ୍ୟାସ୍ନାଲ୍ ଷ୍ଟାଡିୟମ୍’ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ପ୍ରଥମ ଦିନିକିଆ କ୍ରିକେଟ୍ ମ୍ୟାଚ୍ ପ୍ରାରମ୍ଭରେ ବାଂଲାଦେଶ ଟସ୍ ଜିଣି ପ୍ରଥମେ ବ୍ୟାଟିଙ୍ଗ୍ କରିବା ଲାଗି ଭାରତକୁ ଆମନ୍ତ୍ରଣ କରିଛି।
ସଦ୍ୟତମ ସୂଚନା ଅନୁସାରେ, ୫.୧ଓଭର୍ ଖେଳି ୧ ୱିକେଟ୍ ହରାଇ ଭାରତ ୨୩ ରନ୍ ସଂଗ୍ରହ କରିଛି।
ଭାରତ ପକ୍ଷରୁ ଓପେନର୍ ଯୋଡ଼ି ଭାବେ ଖେଳୁଥିଲେ ରୋହିତ ଶର୍ମା ଓ ଶିଖର ଧାୱନ୍। ବାଂଲାଦେଶ ପକ୍ଷରୁ ତାଙ୍କୁ ବୋଲିଙ୍ଗ୍ କରୁଥିଲେ ମୁସ୍ତାଫିଜୁର୍ ରହମନ୍ ଓ ହସନ୍ ମହମଦ୍। ପରେ ମେହିଦୀ ହସନ୍ଙ୍କ ବଲ୍ରେ ଶିଖର ଧାୱନ୍ ଆଉଟ୍ ହୋଇଯାଇଛନ୍ତି। ଏବେ ତାଙ୍କ ସ୍ଥାନରେ ଖେଳୁଛନ୍ତି ବିରାଟ କୋହ୍ଲି।
/sambad/media/post_attachments/wp-content/uploads/2022/12/crick1-1024x576.jpg)
ଆଜିର ଏହି ମ୍ୟାଚ୍ରେ ଭାରତୀୟ ଦଳରେ ଖେଳୁଛନ୍ତି: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ବିରାଟ କୋହ୍ଲି, ଶ୍ରେୟସ୍ ଆୟର୍, କେ.ଏଲ୍. ରାହୁଲ୍ (ୱିକେଟ୍ ରକ୍ଷକ), ୱାସିଂଟନ୍ ସୁନ୍ଦର, ଶାହବାଜ୍ ଅହମଦ୍, ଶର୍ଦ୍ଦୁଳ ଠାକୁର, ଦୀପକ ଚହର୍, ମହମ୍ମଦ୍ ସିରାଜ ଓ କୁଳଦୀପ ସେନ। ଆଜି ପ୍ରଥମ ଥର ପାଇଁ କୁଳଦୀପ ଭାରତୀୟ ଟିମ୍ରେ ଖେଳୁଛନ୍ତି।
ସେହିପରି ବାଂଲାଦେଶ ଟିମ୍ରେ ଖେଳୁଛନ୍ତି: ଲିଟ୍ଟନ୍ ଦାସ (ଅଧିନାୟକ), ଅନାମୁଲ୍ ହକ୍, ନାଜମୁଲ୍ ହୋସେନ୍ ଶାନ୍ତୋ, ଶକିବ୍ ଅଲ୍ ହସନ୍, ମୁଶ୍ଫିକର୍ ରହିମ୍ (ୱିକେଟ୍ ରକ୍ଷକ) ମହମଦୁଲ୍ଲା, ଅଫିଫ୍ ହୋସେନ୍, ମେହିଦୀ ହସନ୍ ମିରାଜ୍, ହସନ୍ ମେହମୁଦ୍, ମୁସ୍ତାଫିଜୁର୍ ରହମନ୍ ଓ ଏବାଦତ୍ ହୋସେନ୍।