ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ରେ ଦୀର୍ଘ ଦିନ ପରେ ଶନିବାର କ୍ରୀଡ଼ାବିତ୍ଙ୍କ ମେଳି ଦେଖିବାକୁ ମିଳିଥିଲା। କୋଭିଡ୍-୧୯ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଓଡ଼ିଶାର ଲୋକପ୍ରିୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ..’କୁ ସମ୍ମିଳିତ ଭାବେ ଗାଇବା ଲାଗି ଏକାଠି ହୋଇଥିଲେ ରାଜ୍ୟର ତାରକା କ୍ରୀଡ଼ାବିତ୍ ଓ ଓଲିଉଡ୍ ତାରକମାନେ। କ୍ରୀଡ଼ା କିଂବଦନ୍ତି ପଦ୍ମଶ୍ରୀ ଦିଲୀପ ତିର୍କିଙ୍କ ସହିତ ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ, ଦୂତି ଚାନ୍ଦ, ଦେଶର ଶ୍ରେଷ୍ଠ ଧାବକ ଅମିୟ ମଲ୍ଲିକ, ଭାରତୀୟ ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ପ୍ରଥମ ଅନ୍ତର୍ଜାତୀୟ ଓଡ଼ିଆ କ୍ରିକେଟର୍ ଦେବାଶିଷ ମହାନ୍ତି, ଅର୍ଜୁନ ପୁରସ୍କାରପ୍ରାପ୍ତ ପାରା ବ୍ୟାଡ୍ମିଣ୍ଟନ୍ ତାରକା ପ୍ରମୋଦ ଭଗତ, ଚେସ୍ ଯୁବରାଣୀ ପଦ୍ମିନୀ ରାଉତ, କରାଟେ କୁଇନ୍ ଭାଲେନା ଭାଲେଣ୍ଟିନା, ଖ୍ୟାତନାମା ଗାୟକ ମହାପ୍ରସାଦ କର, ନାଜିଆ ଆଲମ, ସିନେ ତାରକା ଅର୍ଚିତା ସାହୁ, ଭୂମିକା ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କର ଅନୁରୋଧକୁ କାର୍ଯ୍ୟକାରୀ କରିବା ଅବସରରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ସଚିବ ବିଶାଲ କୁମାର ଦେବ, ନିର୍ଦେଶକ ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ।
କଳିଙ୍ଗରେ ଶୁଭିଲା ସୁମଧୁର ବନ୍ଦେ ଉତ୍କଳ ଜନନୀ
31
/sambad/media/post_attachments/wp-content/uploads/2020/05/sfhsfh7sf7h98sf7h98sfhsfhsfhsfhsfhsfsfhsfhsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)