ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୧ର ୫୨ତମ ମ୍ୟାଚ ବାଙ୍ଗାଲୋର ଓ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ବାଙ୍ଗାଲୋର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।
ଚଳିତ ଆଇପିଏଲରେ ହାଇଦ୍ରାବାଦ ଦଳ ୧୨ଟି ମ୍ୟାଚରୁ ମାତ୍ର ୨ଟିରେ ବିଜୟ ହାସଲ କରି ମାତ୍ର ୪ ପଏଣ୍ଟ ପାଇଛି ଓ ପ୍ଲେ ଅଫ ଦୌଡ଼ରୁ ବାହାରି ଯାଇଛି । ତେବେ ଆଜିର ମ୍ୟାଚ ଜିତି ନିଜର ସମ୍ମାନ ରଖିବାକୁ ଚେଷ୍ଟା କରିବ ହାଇଦ୍ରାବାଦ । ଅନ୍ୟପକ୍ଷରେ ବାଙ୍ଗାଲୋର ୧୨ଟି ମ୍ୟାଚରୁ ୮ଟି ବିଜୟ ସହ ୧୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି । ଏହି ଦଳ ଏବେ ପ୍ଲେ ଅଫରେ ନିଜର ସ୍ଥାନ ଏକରକମ ନିଶ୍ଚିତ କରିସାରିଛି । କିନ୍ତୁ ଆଜିର ମ୍ୟାଚ ଜିତି ବିରାଟଙ୍କ ଦଳ ନିଜର ପଏଣ୍ଟ ସଂଖ୍ୟା ବୃଦ୍ଧି କରିବାକୁ ଚେଷ୍ଟା କରିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/ipl4.jpg)