ହାଇଦ୍ରାବାଦକୁ ୬ ରନରେ ହରାଇଲା ବାଙ୍ଗାଲୋର

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲ ୨୦୨୧ର ୬ଷ୍ଠ ମ୍ୟାଚରେ ବାଙ୍ଗାଲୋର ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି ୧୫୦ ରନର ବିଜୟ ଲକ୍ଷ୍ୟର ପିଛା କରି ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୪୩ ରନ କରିପାରିଥିଲା । ଦଳ ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ୫୪ ଓ ମନିଷ ପାଣ୍ଡେ ୩୮ ରନ କରିଥିଲେ ।
ଆଜି ହାଇଦ୍ରାବାଦ ଦଳ ଟସ ଜିତି ବାଙ୍ଗାଲୋରକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ବାଙ୍ଗାଲୋର ପକ୍ଷରୁ ଅଧିନାୟକ ବିରାଟ କୋହଲି ଓ ଦେବୀଦତ୍ତ ପଲିକ୍କଲ ବ୍ୟାଟିଂ ଆରମ୍ଭ କରିଥିଲେ । ତେବେ ପଲିକ୍କଲ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ସାହାବାଜ ଅହମ୍ମଦ ମଧ୍ୟ ମାତ୍ର ୧୪ ରନ କରି ଆଉଟ ହୋଇଯାଇଥିଲେ । ତେବେ ବିରାଟ ଗ୍ଲେନ ମାକ୍ସଓ୍ବେଲ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । କୋହଲି ୩୩ ରନ କରିଥିବାବେଳେ ମାକ୍ସଓ୍ବେଲ ସର୍ବାଧିକ ୫୯ ରନ କରିଥିଲେ । ତେବେ ମାକ୍ସଓ୍ବେଲ ଆଉଟ ହେବା ପରେ ଆସିଥିବା ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଶେଷ ଯୋଗାଦାନ ଦେଇପାରିନଥିଲେ । ବାଙ୍ଗାଲୋର ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୯ ରନ କରିଥିଲା ।

ସମ୍ବନ୍ଧିତ ଖବର