ମୁମ୍ବାଇ : ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୨ର ୧୩ତମ ମ୍ୟାଚରେ ବାଙ୍ଗାଲୋର ରାଜସ୍ଥାନକୁ ୪ ଓ୍ବିକେଟରେ ପରାସ୍ତ କରିଛି । ରାଜସ୍ଥାନ ଦ୍ବାରା ରଖାଯାଇଥିଲା ୧୭୦ ରନର ବିଜୟ ଲକ୍ଷ୍ୟକୁ ବାଙ୍ଗାଲୋର ୧୯.୧ ଓଭରରେ ୧୭୩ ରନ କରି ହାସଲ କରିନେଇଥିଲା । ବାଙ୍ଗାଲୋର ପକ୍ଷରୁ ଦୁଇ ଓପନର ଫାଫ ଡୁପ୍ଲେସିସ ଓ ଅନୁଜ ରାଓ୍ବତ ଯଥାକ୍ରମେ ୨୯ ରନ ଓ ୨୬ ରନ କରି ଭଲ ଆରମ୍ଭ ଦେଇଥିଲେ ବି ମଧ୍ୟଭାଗ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଦଳପାଇଁ ବିପଦ ଟାଣିଆଣିଥିଲା । ତେବେ ଦିନେଶ କାର୍ତ୍ତିକ ଓ ଶାହବାଜ ଅହମ୍ମଦଙ୍କ ଭାଗିଦାରୀ ଯୋଗୁଁ ଦଳ ବିଜୟ ହାସଲ କରିପାରିଥିଲା । କାର୍ତ୍ତିକ ୪୪ ରନ ଓ ଶାହବାଜ ୪୫ ରନ କରିଥିଲେ ।

Advertisment

ଏହି ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୧୬୯ ରନ କରିଥିଲା । ଗତ ମ୍ୟାଚରେ ଶତକ ଅର୍ଜନ କରିଥିବା ଜସ୍ ବଟଲର ଏହି ମ୍ୟାଚରେ ବି ଏକ ଲଢୁଆ ଅର୍ଦ୍ଧଶତକ ମାରିଛନ୍ତି । ସେ ୪୭ ବଲରୁ ୭୦ ରନ କରିଥିଲେ । ଦେବଦତ୍ତ ପଡିକଲ ୩୭ ରନ ଓ ସିମରନ ହେଟମେୟର ୪୨ ରନ କରିଥିଲେ । ବାଙ୍ଗାଲୋର ପକ୍ଷରୁ ଡେଭିଡ ଓ୍ବିଲି, ହସରଙ୍ଗା ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।