ଆଇପିଏଲ : ବାଙ୍ଗାଲୋର ୭ ଓ୍ବିକେଟରେ ବିଜୟୀ, ମୁମ୍ବାଇର ୪ର୍ଥ ପରାଜୟ

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୧୭ତମ ମ୍ୟାଚରେ ବାଙ୍ଗାଲୋର ମୁମ୍ବାଇକୁ ୭ ଓ୍ବିକେଟରେ ପରାସ୍ତ କରିଛି । ଚଳିତ ଆଇପିଏଲରେ ଏହା ହେଉଛି ମୁମ୍ବାଇର ୪ର୍ଥ ପରାଜୟ । ଏହି ମ୍ୟାଚରେ ମୁମ୍ବାଇ ଦ୍ବାରା ରଖାଯାଇଥିବା ୧୫୨ରନର ବିଜୟ ଲକ୍ଷ୍ୟକୁ ୧୮.୩ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ବାଙ୍ଗାଲୋର ପକ୍ଷରୁ ଅନୁଜ ରାଓ୍ବତ ୬୬ ରନ ଓ ବିରାଟ କୋହଲି ୪୮ ରନ କରିଥିଲେ ।

ଏହି ମ୍ୟାଚରେ ବାଙ୍ଗାଲୋର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଭଲ ଆରମ୍ଭ କରିଥିଲେ ବି ପରେ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଷନ ୨୬ ରନ ଲେଖାଏଁ କରିଥିଲେ । ମାତ୍ର ଡେଓ୍ବାଲଡ ବ୍ରେଓ୍ବିସ, ତିଲକ ବର୍ମା ଓ ପୋଲାର୍ଡ ଓ ରମନଦୀପ ସିଂ ଶୀଘ୍ର ଆଉଟ୍ ହେବାରୁ ଦଳ ସଂକଟରେ ପଡ଼ିଥିଲା । ତେବେ ଅନ୍ୟପଟେ ଥିବା ସୂର୍ୟ୍ୟକୁମାର ଯାଦବ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ସେ ୬୮ ରନ କରିଥିଲେ ।

ସମ୍ବନ୍ଧିତ ଖବର