ଆଇପିଏଲ : ବିରାଟଙ୍କ ଲଢୁଆ ଇନିଂସ, ରାଜସ୍ଥାନକୁ ୮ ଓ୍ଵିକେଟରେ ପରାସ୍ତ କଲା ବାଙ୍ଗାଲୋର

ଆବୁଧାବି : ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମଠାରେ ଚାଲଥିବା ଆଇପିଏଲ ୨୦୨୦ର ୧୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ରାଜସ୍ଥାନ ରୟାଲ୍ସକୁ ୮ ଓ୍ଵିକେଟରେ ହରାଇଦେଇଛି । ବାଙ୍ଗାଲୋର ପକ୍ଷରୁ ଅଧିନାୟକ ବିରାଟ କୋହଲି ୭୨ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । ଓପନର ଦେବଦତ୍ତ ପଡିକଲ୍ଲ ୬୩ ରନ କରିଥିଲେ ।

ଆଜି ରାଜସ୍ଥାନର ଅଧିନାୟକ ଷ୍ଟିଭେନ ସ୍ମିଥ ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଦଳ ପକ୍ଷରୁ ସ୍ମିଥ ଓ ଜସ ବଟଲର ସତର୍କତାର ସହ ବ୍ୟାଟିଂ ଓପନ କରିଥିଲେ ମଧ୍ୟ ସ୍ମିଥ ମାତ୍ର ୫ ରନ କରି ପାଭିଲିୟନ ଫେରିଥିଲେ । ଏହି ସମୟରେ ଦଳୀୟ ସ୍କୋର ୨୭ ରନ ହୋଇଥିଲା । ଦଳୀୟ ସ୍କୋର ୩୧ ହୋଇଥିବାବେଳେ ଦଳ ଲଗାତାର ବଟଲର ଓ ସାମସନଙ୍କ ଓ୍ଵିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ରବିନ ଉଥାପ୍ପା ଓ ମହିପାଳ ଲୋମରୋର ଲଢୁଆ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିଥିଲେ । ଉଥାପ୍ପା ୧୭ ରନ ଓ ଲୋମରୋର ୪୭ ରନ କରି ଆଉଟ ହୋଇଥିଲେ । ଶେଷ ବେଳକୁ ରାହୁଲ ତେଓ୍ଵାଟିଆ ଓ ଜୋଫ୍ରା ଆର୍ଚର ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ୨୦ ଓଭରରେ ୧୫୪ ପର୍ଯ୍ୟନ୍ତ ପହଞ୍ଚାଇଥିଲେ ।

ଏହି ବିଜୟ ସହ ବାଙ୍ଗାଲୋର ମୋଟ ୪ଟି ମ୍ୟାଚରୁ ୩ ବିଜୟ ୧ ପରାଜୟ ସହ ମୋଟ ୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୧ ନମ୍ବର ସ୍ଥାନରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର