ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୦ର ୨୫ ତମ ତଥା ଆଜିର ୨ୟ ଲିଗ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚରେ ବାଙ୍ଗାଲୋର ଦଳ କ୍ରିସ ମୋରିସ ଓ ଗୁରକିରାତ ସିଂ ମାନ୍ ଙ୍କୁ ଖେଳାଉଛି । ତେବେ ଚେନ୍ନାଇ ସୁପର କିଙ୍ଗସ ନିଜର ଦଳ ଅପରିବର୍ତ୍ତିତ ରଖିଛି ।