ବାଙ୍ଗାଲୋର ଓପିଏଲ୍‌ ବାରବାଟୀ ବିଜୟୀ

0

ଭୁବନେଶ୍ବର,: ଓଡ଼ିଶା ୟୁଥ୍‌ ଆନୁକୂଲ୍ୟରେ ବାଙ୍ଗାଲୋରରେ ଆୟୋଜିତ ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌) କ୍ରିକେଟ୍‌ ପ୍ରତିଯୋଗିତାର ସୋମବାର ଖେଳାଯାଇଥିବା ଏକମାତ୍ର ମ୍ୟାଚ୍‌ରେ କଟକ ବାରବାଟୀ ସୁପର କିଙ୍ଗ୍‌ସ ବିଜୟୀ ହୋଇଛି। ଏହି ଦଳ ୩ ୱିକେଟ୍‌ରେ ସମ୍ବଲପୁର ପିରେଟ୍‌ସକୁ ପରାସ୍ତ କରିଛି। ସମ୍ବଲପୁର ୧୮.୨ ଓଭରରେ ୧୧୬ ରନ୍‌ କରି ସମସ୍ତ ୱିକେଟ୍‌ ହରାଇବା ପରେ ବାରବାଟୀ ଦଳ ୧୬.୧ ଓଭରରେ ୭ ୱିକେଟ୍‌ ବିନିମୟରେ ୧୧୭ ରନ୍‌ କରିନେଇଥିଲା। ବିଜୟୀ ଦଳର ସେର୍‌ ବାହାଦୁର ଯାଦବ (୭ ବଲ୍‌ରେ ୨୧ ରନ୍‌ ଓ ୩ ୱିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.