ପଡ଼ିକଲଙ୍କ ବିସ୍ଫୋରକ ଶତକ, ରାଜସ୍ଥାନକୁ ୧୦ ଓ୍ବିକେଟରେ ହରାଇଲା ବାଙ୍ଗାଲୋର

ମୁମ୍ବାଇ : ଚଳିତ ଆଇପିଏଲରେ ବାଙ୍ଗାଲୋର ଦଳ ନିଜର ଅପରାଜେୟ ମାନ୍ୟତା ବଜାୟ ରଖିଛି । ଆଜି ଖେଳାଯ଼ାଇଥିବା ରାଜସ୍ଥାନ ବିପକ୍ଷ ମ୍ୟାଚରେ ଦଳ ୧୦ ଓ୍ବିକେଟରେ ବିଜୟୀ ହୋଇଛି । ରାଜସ୍ଥାନ ପକ୍ଷରୁ ୧୭୮ ରନର ଏକ ଲଢୁଆ ଲକ୍ଷ୍ୟ ରଖାଯ଼ାଇଥିଲେ ମଧ୍ୟ ଦେବୀଦତ୍ତ ପଡ଼ିକଲଙ୍କ ବିସ୍ଫୋରକ ଶତକ ବାଙ୍ଗାଲୋରକୁ ଏକ ସହଜ ବିଜୟ ପ୍ରଦାନ କରିଥିଲା । ପଡ଼ିକଲ ୧୦୧ ଓ ବିରାଟ କୋହଲି ୭୨ ରନ କରିଥିଲେ ।

ଆଜି ବାଙ୍ଗାଲୋର ଟସ ଜିତି ରାଜସ୍ଥାନକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ମାତ୍ର ରାଜସ୍ଥାନ ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ଦୁଇ ଓପନର ଜସ ବଟଲର ଓ ମନନ ବୋରା ଯଥାକ୍ରମେ ୮ ଓ ୭ ରନ କରି ଆଉଟ ହଇଥିଲେ । ସେହିପରି ଡେଭିଡ୍ ମିଲର ମଧ୍ୟ ଖାତା ଖୋଲିପାରିନଥିଲେ । ତେବେ ଅଧିନାୟକ ସଂଜୁ ସାମସନ, ଶିବମ ଦୁବେ, ରିୟାନ ପରାଗ ଓ ରାହୁଲ ତିଓ୍ବାତିଆ ଦଳଗତ ଲଢୁଆ ଖେଳ ପ୍ରଦର୍ଶନ କରି ଦଳପାଇଁ ଏକ ଭଲ ସ୍କୋର କରିଥିଲେ । ଶିବମ ଦୁବେ ୪୬ କରିଥିବାବେଳେ ତିଓ୍ବାତିଆ ୪୦ ରନ କରିଥିଲେ । ସାମସନ ୨୧ରନ ଓ ପରାଗ ୨୫ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୭୭ ରନ କରିଥିଲା । ବାଙ୍ଗାଲୋର ପକ୍ଷରୁ ମହମ୍ମଦ ସିରାଜ ଓ ହର୍ଷଲ ପଟେଲ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର