ବିଶ୍ବକପ : ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି ବାଂଲାଦେଶ

ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଆଜି ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚ ବାଂଲାଦେଶ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଛି । ସର୍ବଶେଷ ସୂଚନା ଅନୁସାରେ ବାଂଲାଦେଶ ୪ ଓଭରରେେ ୧୮ ରନ କରି ୨ଟି ଓ୍ବିକେଟ ହରାଇଛି ।

ଏହି ବିଶ୍ବକପରେ ଏପର୍ଯ୍ୟନ୍ତ ଇଂଲଣ୍ଡ ଦଳ ଗୋଟିଏ ମ୍ୟାଚ ଜିତି ୨ ପଏଣ୍ଟ ପାଇଛି । ମାତ୍ର ବାଂଲାଦେଶ ଗୋଟିଏ ମ୍ୟାଚ ଖେଳି ସେଥିରେ ପରାଜିତ ହୋଇଛି । ଏଣୁ ଆଜି ମ୍ୟାଚକୁ ଜିତି ବାଂଲା ଦଳ ପଏଣ୍ଟ ଟେବୁଲରେ ନିଜର ଖାତା ଖୋଲିବାକୁ ଚେଷ୍ଟା କରିବ । ଆଜିର ମ୍ୟାଚ ପାଇଁ ଇଂଲଣ୍ଡ ନିଜ ଦଳରେ କୌଣସି ପରିବର୍ତ୍ତନ କରିନାହିଁ । ମାତ୍ର ବାଂଲା ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ସୈଫୁଦ୍ଦିନଙ୍କ ସ୍ଥାନରେ ସୋରିଫୁଲ ଇସଲାମଙ୍କୁ ଖେଳାଯାଉଛି ।

ଗତ କାଲି ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ଓ୍ବେଷ୍ଟ ଇଣ୍ଡିଜକୁ ଓ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ପାକିସ୍ତାନ ଲଗାତାର ୨ଟି ମ୍ୟାଚରେ ବିଜୟୀ ହୋଇ ୪ ପଏଣ୍ଟ ପାଇଛି । ସେହିପରି ଦକ୍ଷିଣ ଆଫ୍ରିକା ୨ ମ୍ୟାଚରୁ ଗୋଟିଏ ପରାଜୟ ଓ ଗୋଟିଏ ବିଜୟ ସହ ୨ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର