ବାଂଲାଦେଶ ହାରିଲା ୧ ରନ୍‌ରେ

ଆଫଗାନିସ୍ତାନ ୩-୦ରେ ପୋଛିନେଲା ଶୃଙ୍ଖଳା

ଡେରାଡୁନ୍‌: ବାଂଲାଦେଶ ବିପକ୍ଷ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ଆଫଗାନିସ୍ତାନ ୩-୦ରେ ମୂୂଳପୋଛ ଭାବେ ଜିତି ନେଇଛି। ଗୁରୁବାର ବାଂଲାଦେଶ ତୃତୀୟ ମ୍ୟାଚ୍‌ରେ ରୋମାଞ୍ଚକ ଭାବେ ୧ ରନ୍‌ରେ ହାରିଯାଇଥିଲା। ବାଂଲାଦେଶ ଶେଷ ଓଭରରୁ ୯ ରନ୍‌ କରି ନ ପାରି ହାରିଯାଇଥିଲା। ପୁଣି ଥରେ ୧୯ ବର୍ଷୀୟ ଲେଗ୍‌ସ୍ପିନର୍‌ ରସିଦ୍‌ ଖାନ୍‌ ହିଁ ନାୟକ ସାଜିଥିଲେ। ଶେଷ ଓଭରରେ ମାତ୍ର ୭ ରନ୍‌ ଦେଇ ବିସ୍ଫୋରକ ମୁସଫିକର୍‌ ରହିମ୍‌ (୪୬, ୩୭ ବଲ୍‌, ୭ ଚୌକା)ଙ୍କ ଓ୍ଵିକେଟ୍‌ ନେଇଥିଲେ। ଶେଷ ବଲରୁ ଚୌକା ଆବଶ୍ୟକ ପଡ଼ିଥିବା ବେଳେ ନବାଗତ ଆରିଫ୍‌ ହକ୍‌ ୨ ରନ୍‌ ନେଇ ପାରିଥିଲେ। ବିଜୟୀ ରନ୍‌ ପାଇଁ ପ୍ରୟାସ କରି ମାହମ୍ମଦୁଲ୍ଲା (୪୫, ୩୮ ବଲ୍‌, ୩ ଚୌକା, ୨ ଛକା) ରନ୍‌ ଆଉଟ୍‌ ହୋଇଯାଇଥିଲେ। ରସିଦ୍‌ ଖାନ୍‌ ନିଜର ଶେଷ ୨ ଓଭରରେ ମାତ୍ର ୧୦ ରନ୍‌ ଦେଇ ୪-୦-୨୪-୧ ବୋଲିଂ ଚିତ୍ର ପାଇବା ତାଙ୍କୁ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ସମ୍ମାନ ଦେଇଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ ମୁସଫିକର୍‌ ରହିମ୍‌।

ସଂକ୍ଷିପ୍ତ ସ୍କୋର: ଆଫଗାନିସ୍ତାନ ୨୦ ଓଭରରେ ୧୪୫/୬ (ସାମିଉଲ୍ଲା ସେନେଓ୍ଵାରି-୩୩*, ମହମ୍ମଦ ସେହଜାଦ୍‌-୨୬, ନଜମୁଲ୍‌ ଇସ୍‌ଲାମ୍‌-୨/୧୮, ଅବୁ ଜାୟେଦ୍‌-୨/୨୭, ଅରିଫ୍‌ ହକ୍‌-୧/୧୩, ସକିବ୍‌ ଅଲ୍‌ ହାସନ୍‌-୧/୧୬)। ବାଂଲାଦେଶ ୨୦ ଓଭରରେ ୧୪୪/୫ (ମୁସଫିକର୍‌ ରହିମ୍‌-୪୬, ମାହମ୍ମଦୁଲ୍ଲା-୪୫, ରସିଦ୍‌ ଖାନ୍‌-୧/୨୪, ମୁଜିବ ଉର୍‌ ରହମାନ୍‌-୧/୨୫, କରିମ୍‌ ଜମାତ୍‌-୧/୪୪)।

ସମ୍ବନ୍ଧିତ ଖବର