ଐତିହାସିକ ପିଙ୍କ ବଲ୍‌ ମ୍ୟାଚରେ ବାଂଲାଦେଶର ଶୋଚନୀୟ ବ୍ୟାଟିଂ ବିପର୍ଯ୍ୟୟ,୭୩/୬

କୋଲକତା : କୋଲକତାର ଇଡେନ ଗାଡେନ୍ସଠାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଐତିହାସିକ ପିଙ୍କ୍‌ ବଲ ମ୍ୟାଚରେ ବାଂଲାଦେଶ ଦଳର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି । ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ମାତ୍ର ୨୩ ଓଭର ବୋଲିଂ ହୋଇଥିବାବେଳେ ବାଂଲାଦଳ ମାତ୍ର ୭୩ ରନ କରି ୬ଟି ଓ୍ଵିକେଟ ହରାଇଛି । ଦଳର ୩ ଜଣ ବ୍ୟାଟ୍ସମ୍ୟାନ ମୋଇନୁଲ ହକ, ମହମ୍ମଦ ମିଥୁନ ଓ ମୁସ୍ତାଫିକୁର ରହିମ ଶୂନ ରନରେ ଆଉଟ ହୋଇଛନ୍ତି । ଆଉଦୁଇ ବ୍ୟାଟ୍ସମ୍ୟାନ ଇମରୁଲ କେୟସ ଓ ମହମ୍ମଦୁଲ୍ଲା ଯଥାକ୍ରମେ ୪ ଓ ୬ ରନରେ ଆଉଟ ହୋଇଛନ୍ତି । ସଦମାନ ଇସଲାମ ୨୯ ରନ କରି ଆଉଟ ହୋଇଥିଲେ । ଏବେ ଲିଟନ ଦାସ ୨୪ରନ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଉମେଶ ଯାଦବ ୩ଟି, ଇଶାନ୍ତ ଶର୍ମା ୨ଟି ଓ ମହମ୍ମଦ ସମି ଗୋଟିଏ ଓ୍ଵିକେଟ ସଂଗ୍ରହ କରିଛନ୍ତି ।

bcci

ଏହା ପୂର୍ବରୁ ବାଂଲାଦେଶ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଜି ଭାରତୀୟ ଦଳ ନିଜର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳୁଛି । ଆଜିର ମ୍ୟାଚରେ ପ୍ରଥମ ଥର ପାଇଁ ପିଙ୍କ ବଲ ବ୍ୟବହାର ହେଉଛି । ଏହି ମ୍ୟାଚକୁ ସ୍ମରଣୀୟ କରିବାକୁ କୋଲକତାର ପ୍ରମୁଖ ଲ୍ୟାଣ୍ଡମାର୍କ ଓ ପ୍ରତିଷ୍ଠାନଗୁଡ଼ିକୁ ଗୋଲାପୀ ରଙ୍ଗ ଦିଆଯାଇଛି ।

ସମ୍ବନ୍ଧିତ ଖବର