କୁଆଲାଲମ୍ପୁର: ଭାରତୀୟ ମହିଳା ଟିମ୍ର କ୍ରମାଗତ ୭ମ ଥର ମହିଳା ଏସିଆ କପ୍ ଚମ୍ପିଅନ ହେବାର ଆଶା ମଉଳି ଯାଇଛି। ହରମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ବାଂଲାଦେଶ ଠାରୁ ନିସ୍ତାର ପାଇ ପାରି ନାହିଁ। ଫାଇନାଲରେ ରବିବାର ଭାରତ ୩ ଓ୍ଵିକେଟ୍ରେ ପରାସ୍ତ ହୋଇଛି। ବାଂଲାଦେଶ ୧୧୩ ରନ୍ର ଲକ୍ଷ୍ୟ ଶେଷ ବଲରେ ହାସଲ (୧୧୩/୭) କରିଛି।
ବାଂଲାଦେଶ ପ୍ରଥମ ଥର ପାଇଁ ଟି-୨୦ ଏସିଆ କପ ଚମ୍ପିଅନ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶର ଟିମ୍ ଭାରତକୁ ୨ୟ ଥର ପରାସ୍ତ କରିବାରେ ସଫଳ ହୋଇଛି। ଏହା ପୂର୍ବରୁ ରାଉଣ୍ଡ ରବିନ ମୁକାବିଲାରେ ୭ଓ୍ଵିକେଟ୍ରେ ପରାସ୍ତ କରିଥିଲା। ରୁମାନା ଅହମଦ ପ୍ଲେୟାର ଅଫ ଦ ମ୍ୟାଚ ଥିବା ବେଳେ ହରମନପ୍ରୀତ କୌରଙ୍କୁ ପ୍ଲେୟାର ଅଫ୍ ଦ ସିରିଜ ପୁରସ୍କାର ମିଳିଛି।
ବାଂଲାଦେଶ ପକ୍ଷରୁ ନିଗାର ସୁଲତାନା ସର୍ବାଧିକ ୨୭ ରନ ଯୋଡ଼ିଥିଲେ। ପୁନମ ଯାଦବ ୭ମ ଓଭରର ଶେଷ ୨ଟି ବଲରେ ବାଂଲାଦେଶର ଓ୍ଵିକେଟ୍ ନେଇ ଭାରତର ବିଜୟ ଆଶା ବଢ଼ାଇଥିଲେ। ଏହା ପରେ ସେ ଆଉ ୨ଟି ଓ୍ଵିକେଟ ନେଇଥିଲେ। ଅଧିନାୟିକା ହରମନପ୍ରୀତ ୧୯ ରନ୍ ଖର୍ଚ୍ଚ କରି ୨ଟି ଓ୍ଵିକେଟ୍ ନେଇଥିଲେ। କିନ୍ତୁ ରୁମାନା ଅହମ୍ମଦ(୨୩) ବାଂଲାଦେଶର ବିଜୟକୁ ସହଜ କରିଦେଇଥିଲେ। ଶେଷ ବଲରେ ୨ ରନ୍ ଆବଶ୍ୟକ ଥିବା ବେଳେ ଆରା ଆଲମ ଏହାକୁ ପୂରା କରିଥିଲେ।
/sambad/media/post_attachments/wp-content/uploads/2018/06/india-1-300x168.jpeg)
ପୂର୍ବରୁ ଟସ୍ ହାରି ଭାରତ ପ୍ରଥବେ ବ୍ୟାଟିଂ କରିଥିଲା। ହରମନପ୍ରୀତ କୌର(୫୬ ରନ୍, ୪୨ ବଲ)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ୨୦ଓଭରରେ ୯ଟି ଓ୍ଵିକେଟ୍ ହରାଇ ୧୧୨ ରନ୍ ସଂଗ୍ରହ କରିଥିଲା। ଭାରତର ଇନିଂସ ଆରମ୍ଭ ନୈରାଶ୍ୟଜନକ ଥିଲା। ସ୍ମୃତି ମନ୍ଧାନା (୭) ଓ ମିତାଲି ରାଜ(୧୧) ପ୍ରଥମ ଓ୍ଵିକେଟ୍ ପାଇଁ ୧୨ ରନ୍ ଯୋଡ଼ିଥିଲେ। ମନ୍ଧାନାଙ୍କୁ ବାଂଲାଦେଶ ଅଧିନାୟିକା ସଲମା ଖାତୁନ ରନ୍ ଆଉଟ୍ କରି ପ୍ରଥମ ଓ୍ଵିକେଟ୍ ନେଇଥିଲେ। ଭାରତ କ୍ରମାଗତ ଭାବରେ ଓ୍ଵିକେଟ ହରାଇଥିଲା। ସ୍କୋର ୩୨ ରନ୍ ହୋଇଥିବା ବେଳେ ୪ଓ୍ଵିକେଟ ପଡି ଯାଇଥିଲା। ହରମନପ୍ରୀତ ଏବଂ ବେଦା କୃଷ୍ଣମୂର୍ତ୍ତି(୧୧)ଙ୍କ ମଧ୍ୟରେ ୫ମ ଓ୍ଵିକେଟ୍ରେ ୩୦ ରନ୍ ସଂଗ୍ରହ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/harmanpreet.jpg)