ରୋଡ୍‌ସ ଓ ୱାଲ୍ସଙ୍କ ସହ ସଂପର୍କ ଚ୍ଛିନ୍ନ କଲା ବାଂଲାଦେଶ

ଢାକା: ବିଶ୍ବକପ୍‌ର ଲିଗ୍ ପର୍ଯ୍ୟାୟରୁ ବିଦାୟ ନେବା ପରେ ବାଂଲାଦେଶ ତା’ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଭ୍ ରୋଡ୍‌ସ ଏବଂ ବୋଲିଂ ପ୍ରଶିକ୍ଷକ କର୍ଟନି ୱାଲ୍ସଙ୍କ ସହ ସଂପର୍କ ଛିନ୍ନ କରିଛି। ସୋମବାର ରୋଡ୍‌ସଙ୍କୁ ବହିଷ୍କାର କରିବା ପରେ ମଙ୍ଗଳବାର ୱାଲ୍ସଙ୍କ ଚୁକ୍ତିର ନବୀକରଣ ନ କରିବାକୁ ନିଷ୍ପତ୍ତି ନେଇଛି। ରୋଡ୍‌ସଙ୍କ ସହ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ର ୨୦୨୦ ଟ୍ବେଣ୍ଟି-୨୦ ବିଶ୍ବକପ୍ ପର୍ଯ୍ୟନ୍ତ ଚୁକ୍ତି ଥିଲା। ‌ତେବେ ବିସିବି ଏହାକୁ ଆଗୁଆ ଶେଷ କରି ଦେଇଛି। ତେବେ ୱାଲ୍ସଙ୍କ ଚୁକ୍ତି ଏକଦିବସୀୟ ବିଶ୍ବକପ୍ ପରେ ପରେ ଶେଷ ହେବାର ଥିଲା। ଏହାକୁ ଆଉ ବଢ଼ାଯିବ ନାହିଁ ବୋଲି ବିସିବି ସ୍ପଷ୍ଟ କରି ଦେଇଛି। ଏବେ ବୋର୍ଡ ନୂଆ ପ୍ରଶିକ୍ଷକ ଏବଂ ବୋଲିଂ ପ୍ରଶିକ୍ଷକ ସନ୍ଧାନରେ ରହିଛି। ୨୦୧୬ରେ ହିଥ୍ ଷ୍ଟ୍ରିକ୍ ଇସ୍ତଫା ଦେବା ପରଠାରୁ ୱାଲ୍ସ ବାଂଲାଦେଶର ବୋଲିଂ ପ୍ରଶିକ୍ଷକ ଥିଲେ। ଫିଜିଓ ଥିଆନ୍ ଚନ୍ଦ୍ରମୋହନଙ୍କ ଚୁକ୍ତିକୁ ମଧ୍ୟ ବାତିଲ କରି ଦିଆଯାଇଛି। ପୂର୍ବତନ ଭାରତୀୟ ସ୍ପିନର ସୁନୀଲ ଯୋଶୀଙ୍କ ବିଷୟରେ ଆସନ୍ତାକିଛି ଦିନ ଭିତରେ ନିଷ୍ପତ୍ତି ନିଆଯିବ ବୋଲି ବିସିବିର ମୁଖ୍ୟ କାର୍ଯ୍ୟନିର୍ବାହୀ ନିଜାମୁଦ୍ଦିନ ଚୌଧୁରୀ କହିଛନ୍ତି।

ସମ୍ବନ୍ଧିତ ଖବର