ପ୍ରାଥମିକ ଦଳ ଉପରେ ଆସ୍ଥା ରଖିଲା ବାଂଲାଦେଶ

ଢାକା: ବାଂଲାଦେଶ ବିଶ୍ବକପ୍‌ ଦଳରେ କୌଣସି ପରିବର୍ତନ ବେହ ନାହିଁ। ଆୟର୍ଲା‌ଣ୍ଡ୍‌ ତ୍ରିକୋଣୀୟ ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ବିଜେତା ହୋଇଥିବା ଦଳ ଉପରେ ହିଁ ବାଂଲାଦେଶ ବୋର୍ଡ ବିଶ୍ବକପ୍‌ ପାଇଁ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛି। ଆବୁ ଜୟେଦ୍‌ ଓ ମୋସାଦେକ୍‌ ହୋସେନ୍‌ଙ୍କୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ମଧ୍ୟ ଦୂର ହୋଇଯାଇଛି। ଫଳରେ ପ୍ରାଥମିକ ଭାବେ ଘୋଷିତ ୧୫ ଜଣିଆ ଦଳ ହିଁ ଚୂଡାନ୍ତ ବୋଲି ବାଂଲାଦେଶ ମୁଖ୍ୟ ଚୟନକର୍ତା ମିନାଜୁଲ୍‌ ଆବେଦିନ୍‌ ମଙ୍ଗଳବାର ସ୍ପଷ୍ଟ କରିଦେଇଛନ୍ତି। ତେଣୁ ଆୟର୍ଲାଣ୍ଡ୍‌ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ପାଇଁ ଦଳ ସହ ଗସ୍ତ କରିଥିବା ୪ ସଂରକ୍ଷିତ ଖେଳାଳି (ତସ୍‌କିନ୍‌ ଅହମ୍ମଦ, ଫର୍‌ହାଦ୍‌ ରେଜା, ନୟିମ୍‌ ହାସନ୍‌ ଓ ୟାସିର୍‌ ଅଲ୍ଲୀ) ଏବେ ସ୍ବଦେଶ ଫେରିଆସି ଢାକାରେ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ। ସେମାନଙ୍କ ସହ ଅନ୍ୟ ଦୁଇ ଷ୍ଟାଣ୍ଡ୍‌ବାଇ ଖେଳାଳି ଇମ୍ରୁଲ କେୟସ ଓ ତାଇଜୁଲ୍‌ ଇସ୍‌ଲାମ ମଧ୍ୟ ଶିବିରରେ ରହିବେ।

ସମ୍ବନ୍ଧିତ ଖବର