ଦୁବାଇ: ଚଳିତ ଏସିଆ କପ୍‌ର ପ୍ରଥମ ସୁପର୍‌-୪ ମୁକାବିଲାରେ ଶ୍ରୀଲଙ୍କାକୁ ରୋମାଞ୍ଚକ ଭାବେ ବାଂଲାଦେଶ ୪ ୱିକେଟ୍‌ରେ ହରାଇଦେଇଛି। ଏଥି ସହ ଲିଗ୍ ପର୍ଯ୍ୟାୟ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ନେଇଯାଇଛି ଲିଟନ୍ ଦାସଙ୍କ ଦଳ। ଶ୍ରୀଲଙ୍କା ଧାର୍ଯ୍ୟ କରିଥିବା ୧୬୯  ରନ୍ ବିଜୟ ଲକ୍ଷ୍ୟକୁ ଲିଟନ୍ ଦାସଙ୍କ ଦଳ ୧ ବଲ୍ ପୂର୍ବରୁ ହାସଲ କରି ନେଇଛି। ଦାସୁନ ଶଣକା (୩୭ ବଲ୍‌ରୁ ୬୪* ରନ୍)ଙ୍କ ସହିତ କୁସାଲ ମେଣ୍ଡିସ୍ (୨୫ ବଲରୁ ୩୪ ରନ୍), ପଥୁମ ନିଶଙ୍କା (୧୫ ବଲ୍‌ରୁ ୨୨ ରନ୍), ଅଧିନାୟକ ଚରିତ ଅସଲଙ୍କା (୧୨ ବଲ୍‌ରୁ ୨୧ ରନ୍)ଙ୍କ ‌‌‌ଛୋଟ ଛୋଟ ଅବଦାନ ବଳରେ ଶ୍ରୀଲଙ୍କା ୧୬୮/୭ ସ୍କୋର୍‌ କରିଥିଲା। ମୁସ୍ତାଫିଜୁର ରହମାନ (୩/୨୦) ଓ ମେହେଦି ହାସନ୍ (୨/୨୫) ମିଳିତ ଭାବେ ୮ ଓଭରରେ ୪୫ ରନ୍ ବିନିମୟରେ ୫ ୱିକେଟ୍‌ ଦଖଲ କରିବା ଶ୍ରୀଲଙ୍କାକୁ ରୋକିଥିଲା। ଜବାବରେ ‌ସୈଫ ହାସନ୍ (୪୫ ବଲ୍‌ରୁ ୬୧ ରନ୍) ଏବଂ ତୌହିଦ୍ ହୃଦୟ (୩୭ ବଲ୍‌ରୁ ୫୮ ରନ୍)ଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶ ୧୯.୫ ଓଭରରେ ୬ ୱିକେଟ୍ ହରାଇ ୧୬୯ ରନ୍ ସଂଗ୍ରହ କରି ନେଇଥିଲା। ହସରଙ୍ଗା ଓ ଶଣକା ୨-୨ ୱିକେଟ୍ ଅକ୍ତିଆର କରିଥିଲେ ମଧ୍ୟ ଶ୍ରୀଲଙ୍କା ଦଳକୁ ବିଜୟୀ କରିପାରି ନଥିଲେ।

Advertisment