ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଳି ପଡ଼ିଆରେ ଟାଣିଲେ ସିଗାରେଟ୍, ଏହି ଦଣ୍ଡ ଦିଆଗଲା ତାଙ୍କୁ

ଢାକା: ଆଫଗାନିସ୍ତାନର ଓ୍ଵିକେଟ କିପର ବ୍ୟାଟର୍ ମହମ୍ମଦ ଶେହଜାଦ ବାଂଲାଦେଶ ପ୍ରିମିଅର ଲିଗ୍ (ବିପିଏଲ୍) ସମୟରେ କ୍ରିକେଟ୍ ପଡିଆ ମଧ୍ୟରେ ସିଗାରେଟ୍ ଟାଣୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସେ ମିନିଷ୍ଟର ଢାକା ଓ କୋମିଲା ଭିକ୍ଟୋରିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଅବଧି ମଧ୍ୟରେ ସିଗାରେଟ୍ ଟାଣୁଥିଲେ। ଶେହଜାଦ ମିନିଷ୍ଟର ଢାକା ପକ୍ଷରୁ ଖେଳୁଛନ୍ତି। ଶେହଜାଦଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଯାଇଛି।

ଶେହଜାଦଙ୍କ ଏପରି କାର୍ଯ୍ୟ ଯୋଗୁଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ, ତାଙ୍କ ଅନୁଶାସନ ରେକର୍ଡରୁ ୧ ପଏଣ୍ଟ କମେଇ ଦିଆଯାଇଛି।
ଶୁକ୍ରବାର ବାଂଲାଦେଶ ପ୍ରିମିଅର ଲିଗର ଦୁଇଟି ମ୍ୟାଚ୍ ଖେଳାଯିବାର ଥିଲା। ତେବେ ବର୍ଷା ଯୋଗୁଁ ଦୁଇଟି ଯାକ ମ୍ୟାଚ୍ ବାତିଲ କରି ଦିଆଯାଇଥିଲା। ବର୍ଷା କାରଣରୁ ମ୍ୟାଚ ଆରମ୍ଭର ଅପେକ୍ଷା କରୁଥିବା ସମୟରେ ମହମ୍ମଦ ଶେହଜାଦ ଆଫଗାନିସ୍ତାନ ଦଳର ଅନ୍ୟ ଖେଳାଳିମାନଙ୍କ ଛିଡା ହୋଇଥିଲେ। ଏହି ସମୟରେ ସେ ସିଗାରେଟ୍ ଟାଣିବା ଆରମ୍ଭ କରିଦେଇଥିଲେ।

ମିନିଷ୍ଟର ଢାକାର କୋଚ ମିନାଜୁର ରେହମାନ ତାଙ୍କୁ ଦେଖିବା ପରେ ଚେତାବନୀ ଦେଇଥିଲେ। ଏହାପରେ ତାମିମ ଇକବାଲ ତାଙ୍କୁ ଡ୍ରେସିଂ ରୁମ ଭିତରକୁ ନେଇ ଯାଇଥିଲେ। ଶେହଜାଦ ନିଜ ଭୁଲ ସ୍ଵୀକାର କରି ରେଫରିଙ୍କ ଦେଇଥିବା ଦଣ୍ଡକୁ ସ୍ଵୀକାର କରିଥିଲେ। ଶେହଜାଦ ନିଜ ଦୋଷ ସ୍ଵୀକୀର କରି ନେଇଛନ୍ତି ବୋଲି ବାଂଲାଦେଶ କ୍ରିକେଟ ବୋର୍ଡ୍ ସୂଚନା ଦେଇଛି। ସେ କ୍ଷମା ମାଗିଥିବାରୁ ଆଉ ତାଙ୍କ ବିରୋଧରେ  କୌଣସି ଶୁଣାଣି କରାଯିବ ନାହିଁ।

ଶେହଜାଦ ବାଂଲାଦେଶ ପ୍ରିମିଅର ଲିଗର ଏହି ସିଜିନରେ ୬ଟି ମ୍ୟାଚ୍ ଖେଳି ୨ ଥର ଦୁଇ ଅଙ୍କ ବିଶିଷ୍ଟ ସ୍କୋରକୁ ଛୁଇଁ ୫୩ ଓ ୪୨ ରନର ଦୁଇଟି ଇଂନିସ ଖେଳିଛନ୍ତି। ଅନ୍ୟ ୪ଟି ମ୍ୟାଚରେ ସେ ଦୁଇ ଅଙ୍କ ବିଶିଷ୍ଟ ସ୍କୋର ଛୁଇଁବାକୁ ସମର୍ଥ ହୋଇନାହାନ୍ତି।

ସମ୍ବନ୍ଧିତ ଖବର