ଏସିଆ କପ୍‌: ଭାତରର ପ୍ରଭାବଶାଳୀ ବୋଲିଂରେ ବାଂଲାଦେଶର ୫ ଖେଳାଳି ଆଉଟ୍‌, ସ୍କୋର ୭୭/୫

ଦୁବାଇ: ଏସିଆ କପ୍‌ର ସୁପର-୪ରେ ଶୁକ୍ରବାର ଭାରତୀୟ ବୋଲରମାନେ ପ୍ରଭାବଶାଳୀ ବୋଲିଂ ପ୍ରଦର୍ଶନ କରିଛନ୍ତି। ଫଳରେ ବାଂଲାଦେଶର ବ୍ୟାଟସ୍‌ମ୍ୟାନ୍‌ମାନେ କ୍ରିଜ୍‌ରେ ଅଧିକ ସମୟ ଲେଖାଏଁ ତିଷ୍ଠି ପାରି ନାହାନ୍ତି। ରିପୋର୍ଟ ଲେଖାଯିବା ବେଳକୁ ବାଂଲାଦେଶ ୨୪ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୭୭ ରନ୍‌ ସଂଗ୍ରହ କରିଛି। ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବାଂଲାଦେଶ ବ୍ୟାଟିଂ ଜାରି ରଖିଛି।

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ବାଂଲାଦେଶ ୧୫ ରନ୍‌ରେ ଓପନର ଲିଟନ ଦାସକୁ ହରାଇଥିଲା। ଲିଟନ ୧୬ଟି ବଲ ଖେଳି ୭ ରନ୍‌ ଯୋଡ଼ିବା ପରେ ଭୁବନେଶ୍ୱର କୁମାରଙ୍କ ବଲ କେଦାର ଯାଧବଙ୍କୁ କ୍ୟାଚ ଦେଇଥିଲେ। ଅନ୍ୟତମ ଓପନର ନାଜମୁଲ ହୁସେନ ୧୪ଟି ବଲ ଖେଳି ୭ ରନ ସଂଗ୍ରହ କରିବା ପରେ ଯଶପ୍ରୀତ ବୁମରାଙ୍କ ବଲ ଶିଖର ଧାଓ୍ଵନଙ୍କୁ କ୍ୟାଚ ଦେଇଥିଲେ। ସେତେବେଳକୁ ଦଳର ସ୍କୋର ୫.୧ ଓଭରରେ ସ୍କୋର ୧୬ ରନ୍‌ ଥିଲା। ଭାରତର ୩ୟ ଶିକାର ହୋଇଥିଲେ ସାକିବୁଲ ହାସନ(୧୭)। ସେ ରବୀନ୍ଦ୍ର ଜାଦେଜାଙ୍କ ଶିକାର ହୋଇ ପାଭଲିଅନ ଫେରିଥିଲେ। ସେହିପରି ରବୀନ୍ଦ୍ର ଜାଦେଜାଙ୍କ ଶିକାର ହୋଇଥିଲେ ମହମ୍ମଦ ମିଥୁନ(୯) ଓ ମୁଶାଫିର ରହୀମ(୨୧)। ବାଂଲାଦେଶ ୪୨ ରନ୍‌ରେ ୩ୟ ଓ୍ଵିକେଟ, ୬୦ ରନ୍‌ରେ ୪ର୍ଥ ଓ୍ଵିକେଟ୍‌ ଓ ୬୫ ରନ୍‌ରେ ୫ମ ଓ୍ଵିକେଟ୍‌ ହରାଇ ଥିଲା।

ସମ୍ବନ୍ଧିତ ଖବର