ଟି-୨୦ ବିଶ୍ବକପ୍ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ବାଂଲାଦେଶ

ସାରଜା :  ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚ ଆଜି ବାଂଲାଦେଶ ଓ ଓ୍ବେଷ୍ଟ ଇଣ୍ଡିଜ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଉଭୟ ବାଂଲାଦେଶ ଓ ଓ୍ବେଷ୍ଟ ଇଣ୍ଡିଜ ପାଇଁ ଏହି ମ୍ୟାଚ କର ବା ମର ସଦୃଶ ହୋଇଛି । କାରଣ ଉଭୟ ଟିମ ଏପର୍ଯ୍ୟନ୍ତ ୨ଟି ଲେଖାଏଁ ମ୍ୟାଚ ଖେଳି କୈଣସି ଗୋଟିଏ ମ୍ୟାଚରେ ବି ଜିତି ପାରିନାହାନ୍ତି  ।

ବ୍ୟାଟିଂ ବିଫଳତା ଓ୍ବେଷ୍ଟଇଣ୍ଡିଜ ପାଇଁ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି । ଦଳ ନିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡଠାରୁ ଶୋଚନୀୟ ଭାବେ ୬ ଓ୍ବିକେଟରେ ପରାଜିତ ହୋଇଥିଲା । ସେହିପରି ନିଜର ୨ୟ ମ୍ୟାଚରେ ଏହି ଦଳ ଦକ୍ଷିଣଆଫ୍ରିକାଠାରୁ ୮ ଓ୍ବିକେଟରେ ପରାଜିତ ହୋଇଥିଲା । ଆଜି ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ହେଲେ ଇଣ୍ଡିଜର ବ୍ୟାଟ୍ସମ୍ୟାନମାନଙ୍କୁ ଭଲ ସ୍କୋର କରିବାକୁ ପଡ଼ିବ । ଏହି ମ୍ୟାଚ ପାଇଁ ଇଣ୍ଡିଜ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ସାଇମନ୍ସଙ୍କ ସ୍ଥାନରେ ରୋଷ୍ଟନ ଚେଜଙ୍କୁ ଦଳରେ ସ୍ଥାନ ମିଳିଛି ।

ଅନ୍ୟପକ୍ଷରେ ବାଂଲାଦେଶ ଦଳ ନିଜର ପ୍ରଥମ ମ୍ୟାଚରେ  ଶ୍ରୀଲଙ୍କାଠାରୁ ୫ ଓ୍ବିକେଟରେ ଓ ୨ୟ ମ୍ୟାଚରେ ଇଂଲଣ୍ଡଠାରୁ ୮ ଓ୍ବିକେଟରେ ପରାଜିତ ହୋଇଛି । ଆଜିର ମ୍ୟାଚ ପାଇଁ ବାଂଲାଦେଶରେ ୨ଟି ପରିବର୍ତ୍ତନ ହୋଇଛି । ନୁରୁଲ ଓ ନାସୁମଙ୍କ ସ୍ଥାନରେ ସୌମ୍ୟ ଓ ତାସକିନ ଖେଳୁଛନ୍ତି ।

ସମ୍ବନ୍ଧିତ ଖବର