ଗାଏନା, ୧୭ା୭: ୱେଷ୍ଟଇଣ୍ଡିଜ୍ ଗସ୍ତରେ ଉଭୟ ଟେଷ୍ଟ୍ ଏବଂ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିଯିବା ପରେ ଭ୍ରମଣକାରୀ ବାଂଲାଦେଶ ଦଳ ଦିନିକିଆ ଶୃଙ୍ଖଳାକୁ ମୂଳପୋଛ କରିନେଇଛି। ପ୍ରଥମ ମ୍ୟାଚ୍କୁ ୬ ଏବଂ ଦ୍ବିତୀୟକୁ ୯ ୱିକେଟ୍ରେ ଜିତିଥିବା ବାଂଲାଦେଶ ଶନିବାର ତୃତୀୟ ତଥା ଶେଷ ମ୍ୟାଚ୍କୁ ୪ ୱିକେଟ୍ରେ ଜିତି ୩-୦ରେ ଶୃଙ୍ଖଳା ହାତେଇ ନେଇଛି। ୫ ୱିକେଟ୍ ସଫଳତା ପାଇଥିବା ତାଇଜୁଲ ଇସ୍ଲାମ ମ୍ୟାଚ୍ର ଏବଂ ତମିମ ଇକ୍ବାଲ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଟସ୍ ଜିତି ପ୍ରଥମେ ବୋଲିଂ କରିଥିବା ବାଂଲାଦେଶ ତାଇଜୁଲ ଇସ୍ଲାମ (୧୦-୨-୨୮-୫), ନାସୁମ ଅହମ୍ମଦ (୯.୪-୧-୩୯-୨) ଏବଂ ମୁସ୍ତାଫିଜୁର ରହମାନ୍ (୯-୦-୨୪-୨)ଙ୍କ ମାରାତ୍ମକ ବୋଲିଂ ବଳରେ ୱେଷ୍ଟଇଣ୍ଡିଜ୍ ପାଳିକୁ ୧୭୮ ରନ୍ (୪୮.୪ ଓଭର)ରେ ସଫା କରିଦେଇଥିଲା। କେବଳ ନିରୋସନ ଡିକ୍ୱେଲା (୭୩) ଲଢ଼ୁଆ ଅର୍ଦ୍ଧଶଶତକ ହାସଲ କରିଥିଲେ। ଜବାବରେ ଲିଟନ ଦାସ (୫୦)ଙ୍କ ଅର୍ଦ୍ଧଶତକ ପରେ ଅବିଭାଜିତ ସପ୍ତମ ୱିକେଟ୍ରେ ନୁରୁଲ ହାସନ (୩୨*) ଓ ମେହଦି ହାସନ (୧୬*) ୩୨ ରନ୍ ଯୋଡ଼ି ବାଂଲାଦେଶକୁ ବିଜୟ ଭେଟି ଦେଇଥିଲେ। ଏହି ଦଳ ୪୮.୩ ଓଭରରେ ୧୭୯/୬ କରିନେଇଥିଲା।
ଦିନିକିଆରେ ୱେଷ୍ଟଇଣ୍ଡିଜ୍ ମୂଳପୋଛ, ୩-୦ରେ ଶୃଙ୍ଖଳା ଜିତିଲା ବାଂଲାଦେଶ
/sambad/media/post_attachments/wp-content/uploads/2022/07/bangladesha-wwww.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)