ଢାକା: ଶ୍ରୀଲଙ୍କା, ଜିମ୍ବାେଓ୍ଵ ଏବଂ ବାଂଲାଦେଶକୁ ନେଇ ଢାକାରେ ଆୟୋଜିତ ତ୍ରି ରାଷ୍ଟ୍ରୀୟ ଦିନିକିଆ ଶୃଙ୍ଖଳାରେ ଆୟୋଜକ ଦେଶ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସୋମବାର ଜିମ୍ବାେଓ୍ଵ ବିପକ୍ଷ ମୁକାବିଲାକୁ ବାଂଲାଦେଶ ୮ ଓ୍ଵିକେଟ୍ରେ ଜିତି ନେଇଛି। ଜିମ୍ବାେଓ୍ଵ ୪୯ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୭୦ ରନ୍ କରିଥିଲା। ସିକନ୍ଦର ରାଜା ୫୨, ପିଟର ମୁର୍ ୩୩ ଏବଂ ବ୍ରେଣ୍ଡନ୍ ଟେଲର ୨୪ ରନ୍ କରିଥିଲେ। ବାଂଲାଦେଶ ପକ୍ଷରୁ ସକିବ ଅଲ୍ ହାସନ ୩, ମୁସ୍ତାଫିଜୁର ରହମାନ ଏବଂ ରୁବେଲ୍ ହୁସେନ୍ ୨ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଜବାବରେ ବାଂଲାଦେଶ ତାମିମ୍ ଇକ୍ବାଲ୍ (୮୪*)ଙ୍କ ଅର୍ଧଶତକ ବଳରେ ୨୮.୩ ଓଭରରେ ୨ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ସକିବ ଅଲ୍ ହସନ୍ ୩୭ ରନ୍ କରିଥିଲେ। ସିକନ୍ଦର ରାଜା ୨ ଓ୍ଵିକେଟ୍ ହାସଲ କରିଥିଲେ। ଅଲ୍ରାଉଣ୍ଡ୍ ପ୍ରଦର୍ଶନ ଲାଗି ସକିବ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ବାଂଲାଦେଶର ବିଜୟ ଅଭିଯାନ
ତ୍ରି ରାଷ୍ଟ୍ରୀୟ ଦିନିକିଆ ଶୃଙ୍ଖଳା
/sambad/media/post_attachments/wp-content/uploads/2018/01/cricket-1-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)