ଟି-୨୦ ବିଶ୍ବକପ : ବାଂଲାଦେଶ ୨୬ ରନରେ ବିଜୟୀ

ଅଲ ଆମେରାତ୍ : ଓମାନର ଓଲ ଆମେରାତଠାରେ ଆଜି ଖେଳାଯାଇଥିବା ଟି-୨୦ ବିଶ୍ବକପର ଏକ କ୍ବାଲିଫାଇଙ୍ଗ ମ୍ୟାଚରେ ବାଂଲାଦେଶ ଓମାନକୁ ୨୬ ରନରେ ପରାସ୍ତ କରିଛି । ନିଜର ପ୍ରଥମ ମ୍ୟାଚ ହାରିଥିବା ବାଂଲାଦେଶ ଏହି ବିଜୟ ସହ ଟୁର୍ଣ୍ଣାମେଣ୍ଟର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବାକୁ ଆଶା ବଜାୟ ରଖିଛି ।

ଆଜି ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଓ ନିର୍ଦ୍ଧାରିତ ୨୦ ଓଭରରେ ୧୫୩ରନ କରିଥିଲା । ଦଳ ପକ୍ଷରୁ ମହମ୍ମହ ନଇମ ୬୪ ଓ ସାକିବ-ଅଲ-ହସନ ୪୨ ରନ କରିଥିଲେ । ୧୫୪ରନର ପିଛା କରିବାକୁ ଯାଇ ଓମାନ ଆରମ୍ଭରୁ ସତର୍କତାର ସହ ଖେଳିଥିଲା । ଦଳ ପକ୍ଷରୁ ଜତିନ୍ଦର ସିଂ ୪୦ ରନ ଓ କାଶ୍ୟପ ପ୍ରଜାପତି ୨୧ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବ୍ୟତୀତ ଅନ୍ୟମାନେ ବିଶେଷ ସ୍କୋର କରିପାରିନଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୨୭ ରନ ହିଁ କରିପାରିଥିଲା । ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହେମାନ ୪ଟି ଓ ସାକିବ ୩ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର