ହାଇଦ୍ରାବାଦକୁ ୧୪ ରନରେ ହରାଇଲା ବାଙ୍ଗାଲୋର

ବାଙ୍ଗାଲୁରୁ : ବାଙ୍ଗାଲୁରୁର ଏମ.ଚିନ୍ନାସ୍‌ାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୫୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଚର୍ସ ବାଙ୍ଗାଲୋର ସନରାଇଜର୍ସ ହାଇଦ୍ରାବାଦକୁ ୧୪ ରନରେ ପରାସ୍ତ କରିଛି । ବାଙ୍ଗାଲୋରର ୨୧୯ ରନ ଲକ୍ଷ୍ୟକୁ ହାସଲ କରିବାକୁ ଯାଇ ହାଇଦ୍ରାବାଦ ୨୦୪ ରନ ହିଁ କରିପାରିଥିଲା । ଦଳ ପକ୍ଷରୁ କେନ ୱିଲିୟମ୍ସ ୮୧ ରନ (୪୨ ରନ) ଓ ମନିଶ ପାଣ୍ଡେ ୬୨ ରନ (୩୮ବଲ) କରିଥିଲେ । ଏହା ପୂର୍ବରୁ ହାଇଦ୍ରାବାଦ ପ୍ରଥମେ ଟସ ଜିଣି ଫିଲଡିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲରୋ ୨୧୮ ରନ ସଂଗ୍ରହ କରିଥିଲା । ବାଙ୍ଗାଲୋର ପକ୍ଷରୁ ଏବି ଡିଭିଲିୟର୍ସ ମାତ୍ର ୩୯ ବଲରେ ୬୯ ରନ ଓ ମୋଇନ ଅଲି ୩୪ ବଲରେ ୬୫ ରନ ସଂଗ୍ରହ କରିଥିଲେ । କଲିନ ଡି ଗ୍ରାଣ୍ଡମ ୧୭ ବଲରେ ୪୦ ରନ ସଂଗ୍ରହ କରିଥିଲେ । ହାଇଦ୍ରାବାଦ ଦଳ ତରଫରୁୁ ରସିଦ ଖାଁ ୨୭ ରନ ଦେଇ ୩ଟି ଓ୍‌ିକେଟ ନେଇଥିଲେ ଓ ସିଦ୍ଧାର୍ଥ କଲ ୪୪ ରନ ଦେଇ ୨ ଓ୍‌ିକେଟ ନେଇଥିଲେ ।
ସମ୍ବନ୍ଧିତ ଖବର