ଫାଇନାଲ୍‌ରେ ବାଙ୍କି ଦୌଡ଼କୁଦ ସଂଘ

ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ୍‌

ଭୁବନେଶ୍ବର: ବାଙ୍କୀ ପଥୁରୀପଡ଼ାରେ ଆୟୋଜିତ ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରଥମ ଦଳ ଭାବେ ବାଙ୍କୀ ଦୌଡ଼କୁଦ ସଂଘ ପହଞ୍ଚିଛି। ବୁଧବାର ପ୍ରଥମ ସେମିଫାଇନାଲ୍‌ରେ ଏହି ଦଳ ୪୯ ରନ୍‌ରେ ଖୋର୍ଧାର କଳିଙ୍ଗ କ୍ଲବ୍‌କୁ ପରାସ୍ତ କରିଦେଇଛି।
ସବିର ବେହେରାଙ୍କ ଅପରାଜିତ ୬୦ ଓ ସାଗର ବେହେରାଙ୍କ ୨୩ ରନ୍‌ ବଳରେ ବାଙ୍କି ଦୌଡ଼କୁଦ ସଂଘ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୭୭ ରନ୍‌ କରିଥିଲା। ଅମିତ୍ ବେହେରା ୩, ସ୍ବାଧୀନ ପାଇକରାୟ ଓ ସିଦ୍ଧାର୍ଥ ମହାନ୍ତି ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ କଳିଙ୍ଗ କ୍ଲବ୍‌ ୧୭.୫ ଓଭରରେ ୧୨୮ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ପ୍ରାଣବନ୍ଧୁ ସାମନ୍ତରାୟ ୨୮ ରନ୍‌ କରିଥିଲେ। ବିଜୟୀ ଦଳ ପକ୍ଷରୁ ଅସୀମାନନ୍ଦ ରାଉତରାୟ ଓ ଜ୍ୟୋତିରଞ୍ଜନ ଦାସ ୩ ଲେଖାଏଁ ୱିକେଟ୍‌ ଦଖଲ କରିଥିଲେ। ସବିର ବେହେରାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଜୟପ୍ରକାଶ ମିଶ୍ର ଓ ବ୍ରଜବନ୍ଧୁ ଦାସ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଭଗବାନ ପ୍ରଧାନ ଓ ଶରତ ରାଉତ ମ୍ୟାଚ୍‌ ପରିଚାଳନା କରିଥିଲେ। ଗୁରୁବାର ଦ୍ବିତୀୟ ସେମିଫାଇନାଲ୍‌ରେ ଭାଲିଆବାଡ଼ି (ଖୋର୍ଧା) ଏବଂ ବୈଦେଶ୍ବର ‌ମୁହ‌ାଁମୁହିଁ ହେବେ।

ସମ୍ବନ୍ଧିତ ଖବର